କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ବରିଷ୍ଠ ପ୍ରାଧ୍ୟାପକ ଡଃ.ପବିତ୍ର କୁମାର ସୁବୁଦ୍ଧିଙ୍କ ଓଜସ୍ଵିନୀ ବକ୍ତବ୍ୟ ସଭାସ୍ଥଳକୁ ମନ୍ତ୍ରମୁଗ୍ଧ କରିଥିଲା । ମାନବ ଜୀବନରେ ଦୃଢ ଇଚ୍ଛାଶକ୍ତି ଓ ସଂକଳ୍ପ ପୃଥିବୀର ସବୁ ଅସମ୍ଭବକୁ କିପରି ସମ୍ଭବ କରିପାରେ, ଏହାକୁ ଇତିହାସ ପୃଷ୍ଠାରୁ କତେକ ଉଦାହରଣ ମାଧ୍ୟମରେ କହିଥିଲେ । ପୁରାତନ ଛାତ୍ର ତଥା ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଶତପଥୀ ସଭାପତିତ୍ବ କରିଥିବାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ସୁବର୍ଣ୍ଣ ଜୟନ୍ତୀ ସମ୍ପାଦକ ପ୍ରଶାନ୍ତ କୁମାର ଶତପଥି ଧନ୍ୟବାଦ ଦେଇଥିଲେ I ବିଶିଷ୍ଟ ଗୀତିକାର ଗୋଦାବରୀଶ ମିଶ୍ରଙ୍କ ରଚିତ ଜନଶକ୍ତି ବନ୍ଦନା, ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା ।
ନୃତ୍ୟଧାମ୍, ଭୁବନେଶ୍ବର କଳାକାରମାନଙ୍କ ସମ୍ବଲପୁରୀ ନୃତ୍ଯରେ ଝୁମିଥିଲେ ଦର୍ଶକ । ପୁରାତନ ଶିକ୍ଷକ, ବର୍ତ୍ତମାନର ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପ୍ରତି ଅବଦାନଥିବା ବ୍ୟକ୍ତିବିଶେଷ, ଆଲୁମିନି ସଦସ୍ୟ, ବିଦ୍ୟାଳୟ କମିଟି,ମୋ ସ୍କୁଲ୍ କମିଟି, କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଲାଭକରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଜି ଦିନ ତମାମ ଛାତ୍ରଛାତ୍ରୀଙ୍କ ନୃତ୍ଯ ଗୀତରେ ଭରପୁରଥିଲା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ଗୀତିନାଟ୍ୟ ଜୟଦରଥ ବଦ୍ଧ ମଞ୍ଚସ୍ଥ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ପ୍ରାୟ ତିନି ହଜାର ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଓ ବିଦ୍ୟାଳୟର ଅନେକ ପୁରାତନ ଛାତ୍ରଛାତ୍ରୀ ବହୁ ଦୂର ଦୂରାନ୍ତରୁ ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

© 2023 Odisha Taza News.