No Result
View All Result
ସୁନାଖଳା କାଉଁରୀ ମହୋତ୍ସବର ତୃତୀୟ ସନ୍ଧ୍ୟା ବେଶ୍ ଧୁମ୍ ଧାମରେ ପାଳିତ ହେଉଥିବା ବେଳେ ବିରୋଧୀଙ୍କ ମୁଁହ ପାଣିଚିଆ
୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ରାଜସୁନାଖଳା :- ରାଜସୁନାଖଳା ଅଞ୍ଚଳର ଗୌରବମୟ ଐତିହ୍ୟ, ଏବଂ ପାରମ୍ପରିକ ଲୋକକଳା ତଥା ସାମାଜିକ ଐକ୍ୟଭାବର ସୁଦୃଢୀକରଣ ବାର୍ତାର ମହକ ବାଣ୍ଟି ଶନିବାର ସନ୍ଧ୍ୟାରେ ରାଜସୁନାଖଳା ମହୋତ୍ସବ -“କାଉଁରୀ” ୨୦୨୨ ର ତୃତୀୟ ସଂନ୍ଧ୍ୟା ଉଦଘାଟିତ ହୋଇଥିଲା l ମହୋତ୍ସବର ମୁକ୍ତାକାଶ ମଣ୍ଡପରର କଳାକାରମାନେ ପାଇକ ଆଖଡାରେ ସାମରିକ କଳା କୌଶଳ ପ୍ରଦର୍ଶନ କରି ଉତ୍କଳ ମାଟିର ପାଇକମାନଙ୍କର ବୀରତ୍ଵଭରା ଐତିହ୍ୟକୁ ମନେ ପକାଇଥିଲେ ।
ବିଭିନ୍ନ ନୃତ୍ୟ ପରିବେଷଣ ହେଉଥିବା ବେଳେ କଳାକାରଙ୍କ ଓଡିଶୀ ନୃତ୍ୟ ପରିବେଷଣ ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କ ମନରେ ଉଷୁମ ଭରି ଦେଇଥିଲା । ସ୍ବାଗତ ସଙ୍ଗୀତ ପରେ ଆରମ୍ଭ ହୋଇଥିଲା, ସାଧାରଣ ସଭା । ଏଥିରେ ମହୋତ୍ସବ କମିଟିର ଅଧ୍ୟକ୍ଷ୍ୟ ଆର୍ତ୍ତତ୍ରାଣ ପ୍ରଧାନ ପୌରୋହିତ୍ୟ କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ,ସମାଜସେବୀକା ସିପ୍ରା ହୀରା,
ରାଜ୍ୟ ଅଭିଭାବକ ମହାସଂଘ ଅଧକ୍ଷ ତଥା ସାମ୍ବାଦିକ ପ୍ରସନ୍ନ ବିଶୋଇ,ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ,ବିଶିଷ୍ଟ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ,ସାମ୍ବାଦିକ ଅନିଲ କୁମାର ପଣ୍ଡା, ପ୍ରସନ୍ନ କୁମାର ସ୍ଵାଇଁ,ସମାଜସେବୀ ସୁରେଶ କୁମାର ସ୍ଵାଇଁ ଓ ସବ୍ୟସାଚୀ ସେନାପତି, ନରେନ୍ଦ୍ରପୁର ପୁର ଗ୍ରାମ ପଞ୍ଚାୟତ ତ୍ରିନାଥ ରାଉତ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l
ମହୋତ୍ସବ ଆୟୋଜକ କମିଟିର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରିତ କରିବା ସହିତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ସ୍ମରଣିକା କମିଟି ସମ୍ପାଦକ ପ୍ରଦୀପ କୁମାର ରଣା ଅତିଥି ପାରିଚୟ ପ୍ରଦାନ କରିଥିଲେ l ଅବସରରେ ପୂଜ୍ୟପୂଜା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଭିର୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l
ଉପାଧ୍ୟକ୍ଷ ପ୍ରସନ୍ନ କୁମାର ପ୍ରଧାନ, ଗଣମାଧ୍ୟମସଂଯୋଜକ ରାଜେନ୍ଦ୍ର କୁମାର ସାହୁ, ସ୍ମରଣିକା କମିଟି ସହ ସମ୍ପାଦକ ସମ୍ପାଦକ ଜୟେନ୍ଦ୍ର କୁମାର ବେହେରା ପ୍ରମୁଖ ଙ୍କ ସହିତ ଆୟୋଜକ କମିଟିର ସଦସ୍ୟ ଓ ସ୍ବେଛାସେବୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ l ପ୍ରଦୀପ କୁମାର ରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |

No Result
View All Result