୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଉଡୁପା ପଞ୍ଚାୟତ ଉଡୁପା ଗ୍ରାମ ଠାରେ ଇର୍ମା ମାଢ଼ି ମେମୋରିଆଲ କ୍ରିକେଟ ଟୁର୍ନାମେନ୍ଟ ଶେଷ ପର୍ଯ୍ୟାୟର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ମାଲକାନଗିରି ଜ଼ିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି |ତେବେ ଫାଇନାଲ ମ୍ୟାଚଟି ଝୋରାପଲ୍ଲୀ ଓ ଉଡୁପା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ ମ୍ୟାଚରେ ଝୋରାପଲ୍ଲୀ ଟିମ୍ ବିଜୟ ଲଭ କରିଥିଲା |
ଏହିଅବସର ରେ ଅନ୍ୟତମ ଅତିଥି ମଧ୍ୟରୁ ମାଲକାନଗିରି ବ୍ଲକ ଅଧ୍ୟଷା ଶ୍ରୀମତି ଗୌରି ପଡିଆମି,ଜୋନାଲ୍ କାର୍ଯ୍ୟକାରି ଶୋଭାନେତ୍ରୀ ବିଜୁ ମହିଳା ଜନତା ଦଳ ତଥା ସମିତି ସଭ୍ୟା ଶ୍ରୀମତି ସୁକାନ୍ତି ବୁରୁଦା, ସରପଞ୍ଚ ଗଙ୍ଗାଧର ମାଡକାମି, ପୁର୍ବତନ ବ୍ଲକ ସଭାପତି ସର୍ବ କୁମାର ବିଶୋଇ, ନାୟିକ ସରପଞ୍ଚ ସୁଶାନ୍ତ ମଣ୍ଡଳ, ଦେବାଶିଷ ଖିଲ, ଦିଲୀପ ବିଶ୍ୱାସ, ରାମା ମାଢ଼ି, ଓ ଗୁରୁ ବୂଟା ପ୍ରମୁଖ ଉପସ୍ତିତ ଥିଲେ |














