No Result
View All Result
୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ପକ୍ଷରୁ ଆଜି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ବିଶ୍ଵ ମାନବାଧିକାର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଗଜପତି ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ଗୌଡ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଲୋକସମ୍ପର୍କ ଅଧିକାରୀ ଶ୍ରୀ ନେତ୍ରାନନ୍ଦ ଶତପଥୀ ପ୍ରମୁଖ ଯୋଗ ଦେଇ ବିଶ୍ଵ ମାନବାଧିକାର ଦିବସପାଳନର ତାପ୍ତର୍ଯ୍ୟ ନେଇ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ l
ଆନ୍ତର୍ଜାତିକ ମାନବ ଧିକାର ଗଜପତି ଜିଲ୍ଲା ଶାଖାର ମହିଳା ସଭାପତି ଶ୍ରୀମତୀ ତନୁଜା ଶତପଥୀ ଉଦବୋଧନ ଦେଇ କହିଥିଲେ ଯେ ଆଜି ବିଶ୍ଵ ମାନବାଧିକାର ଦିବସ ପାଳନ କାହିଁକି କରାଯାଏ ୧୯୪୮ ଡିସେମ୍ବର ୧୦ରେ ମିଳିତ ଜାତିସଂଘର ସାଧାରଣ ସଭାରେ ମାନବିକ ଅଧିକାରର ସାର୍ବଭୌମ ଘଷଣାନାମାକୁ ଅନୁମୋଦନ କରାଯାଇଥିଲା l ଜାତିସଂଘ ଆନୁକୁଲ୍ୟରେ ୧୯୫୦ରୁ ପ୍ରତିବର୍ଷ ମାନବାଧିକାର ଦିବସ ପାଳିତ ହୋଇ ଆସୁଅଛି ବିଶ୍ଵର ପ୍ରତେତ୍ୟକ ପ୍ରାନ୍ତର ପ୍ରତେତ୍ୟକ ଲୋକଙ୍କୁ ସେମାନଙ୍କ ସାମାଜିକ, ସାଂସ୍କୃତିକ, ଶାରୀରିକ ଅଧିକାର ସମ୍ପର୍କରେ ସଚେତନତା କରାଇବା ଏହି ଦିବସର ମୂଳ ଲକ୍ଷ ବୋଲି କହିଥିଲେ l
ମୁଖ୍ୟ ଅତିଥି ଶ୍ରୀ ଡ.ପ୍ରଦୀପ ପାତ୍ର,ସମ୍ମାନିତ ଅତିଥି ଶ୍ରୀ ସ୍ୱାଇଁ, ଶ୍ରୀ ଶତପଥୀ, ଉପ-ସଭାପତି ହରୀମୋହନ ପଟ୍ଟନାୟକ, ସାଧାରଣ ସମ୍ପାଦକ ମହେଶ୍ୱର ମାଳି ଏବଂ ସଂଯୋଜକ ଲୋକନାଥ ମିଶ୍ର ପ୍ରମୁଖ ଉଦବୋଧନ ଦେଇ କହିଥିଲେ ଯେ, ସମସ୍ତଙ୍କୁ ସମାନ ସୁଯୋଗ ଦିଆଯିବା ସହ ଭେଦଭାବ ଭଳି ସମସ୍ୟାର ସମାଧାନ ପାଇଁ ଜାତିସଂଘ ମାନବାଧିକାର ଦିବସ ପାଳନ କରିବାକୁ ଉତ୍ସାହିତ କରିଥାଏ l ଏହା ସହ ପାରମ୍ପରିକ ଭାବରେ ଡିସେମ୍ବର ୧୦ରେ ମିଳିତ ଜାତିସଂଘ ଦ୍ଵାରା ଦିଆଯାଉ ଥିବା ମାନବାଧିକାର ପୁରସ୍କାର ଏବଂ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ଏହି ଦିନ ପ୍ରଦାନ କରାଯାଏ l
ନିଜନିଜ କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରି ଆସୁଥିବା ଜିଲ୍ଲାର ଜଣେ ମହିଳା ସ୍ବେଚ୍ଛାସେବୀ ଶ୍ରୀମତୀ ତନୁଜା ଶତପଥୀ, ପୂର୍ବତନ ସେନା ଅଧିକାରୀ କ୍ୟାପଟେନ ମଲିକାର୍ଯୁନ ପଟ୍ଟନାୟକ, ଶ୍ରୀ ମନୋଜ ଦାସଙ୍କୁ ଅତିଥି ମାନେ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ସମେତ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ମହିଳା, ଛାତ୍ର ଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍ଗୀତ ପରିବେଷଣ କରାଯାଇ ଥିଲା l

No Result
View All Result