ଫୋପାଡା ଯାଇଥିବା କିଛି ଔଷଧ ବ୍ୟବହାର ଯୋଗ୍ୟ ସମୟ ସରିଯାଇଥିବା ବେଳେ ଅଧିକାଂଶର ବ୍ୟବହାର ବୈଧତା ୨୦୨୨ ଡିସେମ୍ବର ଓ ୨୦୨୩ ମସିହା ଥିବା ଉଲ୍ଲଖ ଅଛି । ଏହି ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ଲୋକମାନେ ଦାବି କରିଛନ୍ତି । ଏହାକୁ ନେଇ ବାରମ୍ବାର ସ୍ୱାସ୍ଥ୍ୟ ଅଧିକାରୀ ( ସିଡିଏମ ) ଙ୍କୁ ଅଭିଯୋଗ ହୋଇଥିଲେ ହେଁ ତାଙ୍କର କୌଣସି ଭ୍ରୂକ୍ଷେପ ନଥିବା ଜନସାଧାରଣ କହିଛନ୍ତି । ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ର ରୋଗୀ ମାନେ ବାହାରୁ ଔଷଧ କିଣି ନପାରି ବହୁତ ହନ୍ତସନ୍ତ ହେଉଥିବା ମଧ୍ୟ ଦେଖାଯାଇଛି । ଏବିଷୟରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କିଶୋର ଚନ୍ଦ୍ର ବେହେରା ଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଉନଥିବା ବେଳେ ଏହି ପରିସ୍ଥିତି ରେ ସେ ମୁକ ସାକ୍ଷୀ ପାଲଟିଛନ୍ତି।ଅନ୍ୟପଟେ ଏହି ବଷୟରେ ଭାରପ୍ରାପ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କିଶୋର ଚନ୍ଦ୍ର ବେହେରା କହିଛନ୍ତି ଯେ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି ।
କାହାର ସମସ୍ୟା ଥିବ ଅଭିଯୋଗ ହୋଇନି । ଅନ୍ୟପଟେ, ରୋଗୀଙ୍କୁ ମାସକର ମେଡିସନ ଦେବା ପରେ ସେମାନେ ନ ଖାଇ ଫିଙ୍ଗି ଦେଇଛନ୍ତି । ଯଦି ବାହାରେ ଫିଙ୍ଗା ହୋଇଛି ତାହାକୁ ଠିକ୍ ଭାବେ ଡିସ୍ଖପାଇରି ମେଡିସିନ ଜିଲକୁ ଫେରସ୍ତ କମ୍ବା ତାହା ପୋତି ଦେବା କଥା ଯଦି ବାହାରେ ଫିଙ୍ଗା ହୋଇଛି ତାହାକୁ ଠିକ୍ ଭାବେ ଡିସ୍ଖୋଜ୍ କରାଯିବ ବୋଲି କହିଛନ୍ତି ।

© 2023 Odisha Taza News.