ଓ୍ବାନ୍ ସ୍ଟପ୍ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲତା ନାୟକ,କାଉନ୍ସେଲର ଶ୍ରୀମତୀ ମୀନା ଟହଲ,କେସ୍ ଓ୍ବାର୍କର ସୁଶ୍ରୀ ମୋହିନୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଷୋହଳ ଦିନ ବ୍ୟାପି ଏଇ ଆନ୍ତର୍ଜାତିକ ମହିଳା ଓ କନ୍ୟା ବିରୋଧି ହିଂସା ସମ୍ବନ୍ଧୀୟ ସଚେତନତା ଅଭିଯାନ ଅବସରରେ ଏଇ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।ବକ୍ତା ମାନେ ସମାଜରେ ବୃଦ୍ଧି ପାଉଥିବା ଘରୋଇ ହିଂସା, ଯୌନ ଉତ୍ପୀଡନ,ବାଲ୍ୟ ବିବାହ,
ବାଳିକା ଚାଲାଣ,ସାଇବର ଅପରାଧ,ଏସିଡ୍ ଆକ୍ରମଣ,ଅପହରଣ ଆଦି ଆପରାଧିକ ଓ ଅସାମାଜିକ କ୍ରିୟାକଳାପ ଗୁଡ଼ିକ ବିରୋଧରେ ମହିଳା ଓ ବାଳିକା ମାନଙ୍କୁ ସଚେତନ ରହିବା ପାଇଁ ଉପଦେଶ ଦେବା ସହ ନିର୍ଭୟ ଓ ନିଃସଂକୋଚରେ ସଂପୃକ୍ତ ଆଇନର ସହଯୋଗ ନେଇ ସୁରକ୍ଷିତ ଜୀବନ ବ୍ଯତୀତ କରିବା ପାଇଁ ପରାମର୍ଶ ଦେଇଥିଲେ।ଶେଷରେ ଛାତ୍ରୀ ମହାଲକ୍ଷ୍ମୀ ମହାପାତ୍ର ଧନ୍ୟବାଦାର୍ପଣ କରିଥିଲେ।

© 2023 Odisha Taza News.