ପ୍ରଥମ ଦିନରେ ବ୍ରହ୍ମା, ବିଷ୍ଣ, ମହେଶ୍ୱରକୁ ପୂଜା ଅର୍ଚ୍ଚନା ଓ ଆରାଧନା କରି ବାଉଁଶ କୁଞ୍ଜାରେ ମାଟି ଧରି ଗାଁକୁ ଅଣାଯାଇଥାଏ lସେହି ମାଟିରେ ବିଭିନ୍ନ ପ୍ରକାର ଦେବା ଦେବୀଙ୍କ ମୂର୍ତ୍ତି କରିଥାନ୍ତି ଗାଁର ଯୁବକ ଓ ବୟୋଜ୍ୟଷ୍ଠମାନେ। ୨୧ ଦିନ ଧରି ନିଷ୍ଠାର ସହ ପାଳନ କରିଥାନ୍ତି ଗ୍ରାମବାସୀ l ତୁତୀୟ ଦିନରେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବକୁ ଆଣି ପୂଜା ଅର୍ଚ୍ଚନା କରାଯାଏ। ଏହା ପରେ ଠାକୁରଙ୍କୁ ଗାଁର ପ୍ରତ୍ୟକ ସାହି ପରିକ୍ରମା କରି ଗାଁ ଦାଣ୍ଡର କଣ୍ଢେଇ କୁଡ଼ିଆ ଘରେ ରଖାଯାଏ l
୨୦ ଦିନରେ ଜଙ୍ଗଲକୁ ଯାଇ ପୂଜା ଅର୍ଚ୍ଚନା ଓ ଆରାଧନା କରି ଦାରୁବ୍ରହ୍ମ ବା ଶାଳଗଛକୁ ଅଣାଯାଇଗାଁ ଦାଣ୍ଡରେ ପୋତା ଯାଏ। ମହାଭାରତ ଯୁଦ୍ଧର ବେଲାଳସେ ନ ମୂର୍ତ୍ତିକୁ ଖମ୍ବ ଉପରେ ରଖି ଦୁଇ ପାର୍ଶ୍ଵରେ କୌରବ ଓ ପଞ୍ଚୁ ପାଣ୍ଡବ ଯୁଦ୍ଧ ଭଳି ସାଜସଜ୍ଜା କରାଯାଇଥାଏ l ଏହି ପର୍ବକୁ କୁଣ୍ଢେଇ ଯାତ୍ରା ପର୍ବ ବୋଲି କୁହାଯାଏ l ଏହି ଯାତ୍ରା ଦେଖିବାକୁ ପାଖଆଖ ଅଞ୍ଚଳର ଶହ ଶହ ସଂଖ୍ୟାରେ ଲୋକେ ଜମା ହୋଇଥାନ୍ତି।

© 2023 Odisha Taza News.