ଏହି ଚଢାଉରେ ଅଡବା ଥାନା ଅଧିକାରୀ ଶୁଭ୍ରାଶୁଂ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବେଳେ ନଷ୍ଟ ଗଞ୍ଜେଇର ଆନୁମାନିକ ମଲ୍ୟ ପ୍ରାୟ ୧୧ କୋଟି ୫୪ ଲକ୍ଷ ୪୪ ହଜାର ଟଙ୍କା ହେବ ବୋଲି ଆର. ଉଦୟଗିରି ଏସଡିପିଓ ଦିଲୀପ କୁମାର ନାୟକ ସୁଚନା ଦେଇଥିଲେ । ଏ ନେଇ ଅଡବା ଥାନାରେ ମାମାଲା ୧୪୮/୦୨୨ ରୁଜୁ କରାଯାଇଛି ।
ସେହିପରି ଦୁଇ ଦିନ ତଳେ ଅଡବା ଥାନା ତରଫରୁ ଗୁଳୁବା ପଞ୍ଚାୟତର କୁଡିକିଆ ଓ ସିନ୍ଧବା ପାହଡା ଅଞ୍ଚଳରେ ୮୯ ହଜାର ୦୦୪ ଗଛ ନଷ୍ଟ କରାଯାଇଛି । ଏହାର ଅନୁମାନୀକ ମୂଲ୍ୟ ୮କୋଟି ୯ଲକ୍ଷ ୪ହଜାର ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ ଶ୍ରା ପଣ୍ଡା ସୁଚନା ଦେଇଛନ୍ତି ।

© 2023 Odisha Taza News.