No Result
View All Result
୦୨ ଡିସେମ୍ବର ଶୁକ୍ରବାର (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ର ଖଜୁରୀପଦା ସ୍ଥିତ ବାବା ସାହେବ ଆମ୍ବେକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ମାନେ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ରେ ବାହାରିଥିଲେ। ହାତରେ ଫ୍ଲା କାର୍ଡ ଧରି ଏଡସ୍ ସଚେତନ ତଥା “ଏଡସ୍ ରୋଗ କୁ ଘୃଣା କର, ରୋଗୀ କୁ ନୁହେଁ” ଆଦି ସ୍ଲୋଗାନ ଦେଇ ସ୍ଥାନୀୟ ଖଜୁରୀପଦା, ବଦପଦା ଗାଁ ବୁଲି ଲୋକଙ୍କୁ ସଚେତନ କରାଇଥିଲେ। ଶୋଭାଯାତ୍ରା ପରେ ଶ୍ରେଣୀ କକ୍ଷ ରେ ଇଣ୍ଡିଆନ ୟୁଥ୍ ରେଡ୍ କ୍ରସ୍ ଏବଂ ରେଡ୍ ରିବନ୍ ତରଫରୁ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ କରାଯାଇଥିଲା ।
କାର୍ଯ୍ୟକ୍ରମ ରେ ପିଲାମାନେ କୁଇଜ୍ ଏବଂ ରଚନା ପ୍ରତିଯୋଗିତା ରେ ଭାଗ ନେଇଥିଲେ। ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ଯ କରାଯାଇଥିଲା । କାର୍ଯ୍ୟକ୍ରମ ଟି ବିଦ୍ୟାଳୟ ର ଅଧକ୍ଷ ପ୍ରେମ ଚନ୍ଦ୍ର ସିଂ ଙ୍କ ପୌରହିତ୍ୟ ରେ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭରପ୍ରାପ୍ତ ଅଧିକାରିଣୀ ନିବେଦିତା ପଣ୍ଡା ଯୋଗଦେଇଥିବା ବେଳେ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଅର୍ଥ ଶାସ୍ତ୍ର ଅଧ୍ୟାପକ ଚୌଧୁରୀ ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ଅକ୍ଷୟ ଛିଞ୍ଚାଣି ଧନ୍ୟବାଦ୍ ଅର୍ପଣ କରିଥିଲେ।

No Result
View All Result