No Result
View All Result
୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :- ରାଜସ୍ଥାନର ଜୟପୁର ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୮ତମ ରାଷ୍ଟ୍ରୀୟ ଅଧିବେଶନ ସମାପ୍ତ ହୋଇଛି । ଉକ୍ତ ଅଧିବେଶନରେ କାର୍ଯ୍ୟକାରିଣୀ ସଦସ୍ୟ ନବିକରଣ ପ୍ରକ୍ରିୟାରେ ୯ ଜଣ ଓଡ଼ିଆଙ୍କୁ ଦାଇତ୍ୱ ମିଳିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଭାଲିଆଡ଼ିହି ଗ୍ରାମର ବିକାଶ କୁମାର ନାୟକ ୩ଥର ପାଇଁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ଚୟନ ହୋଇଛନ୍ତି । ବିକାଶ ରାଉରକେଲା ସ୍ଥିତ ଏନ୍ଆଇଟିରେ ପିଜି ପାଠ୍ୟକ୍ରମ ସମାପ୍ତ କରିବା ପରେ ବୁର୍ଲାର ସଂଗଠନ ସମ୍ପାଦକ ଦାଇତ୍ୱ ତୁଲାଉଛନ୍ତି ।
କମ ବୟସରେ ଜଣେ ଦକ୍ଷ ସାଙ୍ଗଠନିକ ତଥା ଛାତ୍ର ନେତା ଭାବେ ସେ ଓଡ଼ିଶାରେ ପରିଚୟ ଲାଭ କରିଛନ୍ତି । ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ସଂଯୋଜକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ, ରାଜ୍ୟ ଜନଜାତି ଛାତ୍ର କାର୍ଯ୍ୟ ପ୍ରମୁଖ, ବିକାଶର୍ଥ ବିଦ୍ୟାର୍ଥୀ ର ଓଡିଶା ପ୍ରଦେଶ ସଂଯୋଜକ ଭଳି ଗୁରୁତ୍ବ ଦାଇତ୍ୱ ବହନ କରି ନିଜ ଦକ୍ଷତାର ପରିଚୟ ସୃଷ୍ଟି ଦେଇ ପାରିଛନ୍ତି । ସେ ଜଣେ ମେଧାବୀ ଛାତ୍ର ଏବଂ ସ୍ତମ୍ଭକାର ଅଟନ୍ତି । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତାଙ୍କୁ ପୁନଃ ମନୋନୀତ କରାଯାଇଥିବାରୁ ବନ୍ଧୁ ପରିବାର ଏବଂ ଅନ୍ୟାନ୍ୟ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି ।

No Result
View All Result