• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରାବରଣ ଯାତ୍ରା’ ବା “ଓଢ଼ଣ ଷଷ୍ଠୀ, ଘୋଡ଼ ଲାଗି ବେଶ

Proprietor Abhimanyu Maharana by Proprietor Abhimanyu Maharana
November 29, 2022
in ଓଡ଼ିଶା, ପୁରୀ, ହୋମ୍
0
ପ୍ରାବରଣ ଯାତ୍ରା’ ବା “ଓଢ଼ଣ ଷଷ୍ଠୀ, ଘୋଡ଼ ଲାଗି ବେଶ
Share on FacebookShare on TwitterWhatsapp

୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ପୁରୀ :- ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ପ୍ରକାର ମାନବୀୟ ଲୀଳା ମଧ୍ୟରୁ ପ୍ରାବରଣ ଷଷ୍ଠୀ ଏକ ଉତ୍ସବ । ଏହି ପର୍ବ ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ ଦିନ ପାଳନ କରାଯାଏ । ଶୀତ ଋତୁରେ ଶୀତର ପ୍ରକୋପରୁ ରକ୍ଷାପାଇବା ନିମନ୍ତେ ଶୀତବସ୍ତ୍ର ପରି ଧାରଣ କରିବା ଲୀଳା ‘ପ୍ରାବରଣ ଯାତ୍ରା’ ବା “ଓଢ଼ଣ ଷଷ୍ଠୀ’ନାମରେ ବିଦିତ । ମାର୍ଗଶିର ଶୁକ୍ଳଷଷ୍ଠୀ ବା ଓଢ଼ଣଷଷ୍ଠୀ ଠାରୁ ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ । ଠାକୁର ମାନଙ୍କ ଶ୍ରୀବିଗ୍ରହରେ ଘୋଡ଼ଲାଗି ହୋଇଥାଏ ବସନ୍ତ ପଞ୍ଚମୀ ଦିନ ବସନ୍ତ ଉତ୍ସବ ସମାପ୍ତି ପରେ ଟେକା ଘୋଡ଼ ଲାଗି ହୋଇଥାଏ ।

ଶୀତର ପ୍ରକୋପ କମି ଆସିଲେ ସାଧାରଣ ଲୋକେ ଯେପରି ପତଳା ଋଦର ଓ ଜାମା ପରିଧାନ କରିଥାନ୍ତି, ମହାପ୍ରଭୁ ସେହିପରି ବସନ୍ତ ପଞ୍ଚମୀଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଜାମା ବା ଟେକାପୋଡ଼ ପରିଧାନ କରିଥାନ୍ତି । । ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ‘ଦ୍ଵାଦଶ ଯାତ୍ରାମାନ’ଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଯାତ୍ରାଭାଗବତରେ ଉଲ୍ଲେଖ ରହିଛି, ମାନବ ସର୍ବାଭିଷ୍ଟ ଫଳପ୍ରାପ୍ତି ନିମନ୍ତେ ଜଗଦୀଶ୍ବରଙ୍କୁ ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଉତ୍ତମ ବସ୍ତ୍ରମାନଙ୍କ ଦ୍ଵାରା ଆଚ୍ଛାଦିତ କରିବା ବିଧେୟ । ସେହିପରି ସ୍କନ୍ଦ ପୁରାଣ, ବାମଦେବ ସଂହିତା ଓ ନୀଳାଦ୍ରିମହୋଦୟାଦି ଗ୍ରନ୍ଥଗୁଡ଼ିକରେ ମଧ୍ୟ ମହାପ୍ରଭୁଙ୍କର ଏହି ପ୍ରିୟ ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ରହିଛି ଏହି ଉତ୍ସବ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ବିଧି ତାହାର ପୂର୍ବଦିନ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ ।

ପଞ୍ଚମୀ ଦିନ ମହାପ୍ରଭୁଙ୍କର ରାତ୍ର ଚନ୍ଦନଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରି, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧୁବାସ ପାଇଁ ରହିଥାଏ । ଏହା ଆଗରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଗୁନ୍ଦୁଆ ବନ୍ଧା ଯାଇଥାଏ । ପୂଜାପଣ୍ଡାଙ୍କ ଦ୍ଵାରା କଟା ଯାଇଥିବା ତିନିଗୋଟି ମଣ୍ଡଳ ଉପରେ ଋଙ୍ଗଡ଼ାରେ ଘୋଡ଼ମାନଙ୍କୁ ରଖାଯିବା ପରେ ଅଧିବାସ କର୍ମ ବଢ଼ିଥାଏ । ଏହାପରେ ଦ୍ଵାର ବନ୍ଦ କରାଯାଇ ମୁଦ ଦିଆଯାଇଥାଏ । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କର ମୈଲମ ବଢ଼ିବା ପରେ ପାଣିପଡ଼ି ମହାସ୍ନାନ ବଢ଼େ ଏହାପରେ ଠାକୁରମାନେ ଝିନ ପତନି ଲାଗି ହୁଅନ୍ତି । ସର୍ବାଙ୍ଗଲାଗି ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମଣୋହି – ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ ।

ଏହି ଦିନ ଅଧୁବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବିଜେ ହୁଅନ୍ତି ନାହିଁ । ଷଷ୍ଠୀଦିନ ମହାପ୍ରଭୁଙ୍କର ସକାଳଧୂପ ବଢ଼ିବା ପରେ ମୈଲମ ହୁଏ । ଗତ , ଦିନ ଭୋଗମଣ୍ଡପ ଘରେ ଅଧୁବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, , କାହାଳି ସହ ପଟୁଆରରେ ବଡ଼ଦେଉଳକୁ ସାଢ଼େ ତିନିବେଢ଼ା ଓ ରତ୍ନସିଂହାସନକୁ ସାଢ଼େ ତିନିବେଢ଼ା, ଏହିପରି ସମୁଦାୟ ସାତବେଢ଼ା ପ୍ରଦକ୍ଷିଣ କରାଇ ରତ୍ନ ସଂହାସନକୁ ବିଜେ କରାଯାଏ । ସଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ଼ ଲାଗି ବଢ଼ି ଲେ ଛଅମୂର୍ତ୍ତି ଅଳକାଂର ଲାଗି ହୋଇ ଶ୍ରୀଅଙ୍ଗରେ ପ୍ରସାଦଲାଗି ବଢ଼ିଲେ ତିନି ବାଡ଼ରେ ବନ୍ଦାପନା ହୋଇଥାଏ । ଏହାପରେ ଅନ୍ୟାନ୍ୟ ନୀତି ମାନ ଅନୁଷ୍ଠିତ ହୋଇଥାଏ ।

ପ୍ରତିଦିନ ଅବକାଶ ପରେ, ମଧାହ୍ନଧୂପ ଓ ସନ୍ଧ୍ୟାଧୂପ ପରେ ଘୋଡ଼ଲାଗି ହୁଏ । ଘୋଡ଼ଲାଗି ବେଶରେ ଗଡ଼ା (ସୂତାବସ୍), ଖଣ୍ଡୁଆ ପାଟ, ଭେଲ୍‌ଭେଟ୍‌ର ଘୋଡ଼ବସ୍ତ୍ର, ଫୁଟା, ମଫଲର, ଟୋପର ଆଦି, ବ୍ୟବହୃତ ହୋଇଥାଏ । ଏହି ବେଶରେ ଠାକୁରମାନେ ଚୂଳଲାଗି ହୁଅନ୍ତି । ବିଧୁ ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି ।

“ମାର୍ଗଶୀର୍ଷ ଶୀତେ ପକ୍ଷେ ଯା ଷଷ୍ଠୀ ତିଥି ସଂଯୁତା
ସା ତୁ ପ୍ରାବରଣୀ ନାମ ସର୍ବ କାମ ଫଳ ପ୍ରଦଃ
ବିଜୟତୁ ଜଗନ୍ନାଥ ଦିବ୍ୟ ବସ୍ତ୍ରେଣାଳକୃତ
ପ୍ରଜଚ୍ଛଟି ସର୍ବ କାମାନ
ସ୍ୱର୍ଗ ମୋକ୍ଷ ଚ ଦୁର୍ଲ୍ଲଭମ୍।।”

ଯଥା :- ରବି ବାର- ଲାଲ ରଙ୍ଗ,
ସୋମବାର- କଳାଛିଟା ମିଶା ଶୁକ୍ଳ
, ମଙ୍ଗଳବାର- ବାରିପଟିଆ (ପଞ୍ଚରଙ୍ଗମିଶା),
ବୁଧବାର- ସବୁଜରଙ୍ଗ,
ଗୁରୁବାର- ବସନ୍ତ (ହଳଦିଆ) ରଙ୍ଗ,
ଶୁକ୍ରବାର- ଶୁକ୍ଳ ରଙ୍ଗ ଓ
ଶନିବାରକଳାରଙ୍ଗ

ଜ୍ୟୋତିଷ ଶାସ୍ତ୍ରବିତମାନେ ମହାପ୍ରଭୁଙ୍କର ସାତ ଦିନର ସାତପ୍ରକାର ଘୋଡ଼ରଙ୍ଗକୁ ସାତଗୋଟି ଗ୍ରହର ପ୍ରତୀକ ବୋଲି ଆକଳନ କରିଥାନ୍ତି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରମାନଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ବତନ୍ତ୍ର ‘ ଶୈଳୀରେ ପ୍ରସ୍ତୁତ କରିଥାନ୍ତି । ଯାତ୍ରାଭାଗବତରେ କୁହାଯାଇଛି, ଯେଉଁମାନେ ମହାପ୍ରଭୁଙ୍କର ଏହି ନୟନାନନ୍ଦକର ପ୍ରାବରଣ ଯାତ୍ରାକୁ ଦର୍ଶନ କରନ୍ତି, – ସେମାନେ ଚନ୍ଦ୍ର, ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଗର୍ଭବାସ କଷ୍ଟ ଭୋଗନ୍ତି ନାହିଁ ।

ପାବୃତଂ ଯେ ଚ ପଶ୍ୟତି ଦେବଦେବଂ ଜନାର୍ଦ୍ଦନମ୍ ।
ନ ତେ ଗର୍ଭ ଗୃହଂ ଯାନ୍ତି ଯାବଚ୍ଚନ୍ଦ୍ର ଦିବାକରୌ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

March 15, 2026
ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର  ” ବିଶ୍ୱାସ ”  କାର୍ଯ୍ୟକ୍ରମ

ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର ” ବିଶ୍ୱାସ ” କାର୍ଯ୍ୟକ୍ରମ

March 15, 2026
ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଗୂରୁତ୍ଵକୁ ନେଇ ହିନ୍ଦୁ ଏକତା ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଗୂରୁତ୍ଵକୁ ନେଇ ହିନ୍ଦୁ ଏକତା ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

March 15, 2026
ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା

ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା

March 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

March 15, 2026
ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର  ” ବିଶ୍ୱାସ ”  କାର୍ଯ୍ୟକ୍ରମ

ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର ” ବିଶ୍ୱାସ ” କାର୍ଯ୍ୟକ୍ରମ

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version