୨୮ ନଭେମ୍ବର ସୋମବାର (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ସୋମବାର ନୟାଗଡ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ସାହୁ , ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ରାୟ ,
ଡେପୁଟି କଲେକ୍ଟର ଆୟୁଷ ମହାପାତ୍ର , ବ୍ଲକ୍ ବିଡ଼ିଓ ଶ୍ରୀ ଜ୍ୟୋତି ପ୍ରକାଶ ସେଠୀ , ଗୋପାଳପୁର ଓ ରଣପୁର ଜିଲ୍ଲାପରିଷଦ ସଭ୍ୟା , ବ୍ଲକ୍ ଅଧକ୍ଷା , ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ବ୍ଲକ୍ ର ସମସ୍ତ ଅଧିକାରୀଙ୍କ ପ୍ରମୁଖ ଉପସ୍ଥିତି ରେ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାପାଳ ରଣପୁର ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଅଞ୍ଚଳ ଗୁଡ଼ିକର ଅଭିଯୋଗ ଶୁଣିବା ପରେ ଏହାର ସମାଧାନ ନିମନ୍ତେ କାର୍ଯ୍ୟକାରୀ କରିଥିଲେ । ସମୁଦାୟ ୪୬୫ଟି ଅଭିଯୋଗ ହୋଇଥିଲା ସେଥି ମଧ୍ୟରୁ ୪୫୦ ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୭ ଟି ଗ୍ରାମ୍ୟ ସମସ୍ୟା ଅଭିଯୋଗ ହୋଇଥିଲା ।
୨୯ ସମସ୍ୟା ତୁରନ୍ତ ସମାଧାନ କରାଯାଇଥିଲା ଏବଂ ରେଡକ୍ରସ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ୮ ଜଣଙ୍କ ଚିକିତ୍ସା ନିମନ୍ତେ ସହାୟତା ରାଶି ପ୍ରଦାନ କରାଯାଇଥିଲା ଓ ଅନ୍ୟ ସମସ୍ୟା ଗୁଡିକ ଉପରେ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିକ୍ରିୟା ରଖିଥିଲେ ଜିଲ୍ଲାପାଳ ।

© 2023 Odisha Taza News.