ଓଡ଼ିଶା ତାଜା ନ୍ୟୁଜ ( ୨୮ ନଭେମ୍ବର ସୋମବାର) ନୟାଗଡ :- ଖରା,ବର୍ଷା,ଶୀତକାକରକୁ ଖାତିର ନକରି ପ୍ରତିଦିନ ସକାଳୁ ସକାଳୁ ଜନସାଧାରଣଙ୍କ ଘରେ ଖବରକାଗଜ ପହଞ୍ଚାଉଥିବା ଖବରକାଗଜ ବିତରକ(ହକର)ମାନଙ୍କ ବୈଠକ ନୟାଗଡ ପୁରୁଣା ସହରସ୍ଥିତ ଦୋଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି | କାଶୀନାଥ ମିଶ୍ରଙ୍କ ସଭାପତିତ୍ବରେ ପରିଚାଳିତ ଏହି ବୈଠକରେ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସହ-ସଂପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ହକର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ରାଜ୍ୟ
ସରକାର ପୂର୍ବରୁ ହକରମାନଙ୍କୁ କୋଭିଡ୍ ସହାୟତା ରାଶି ଭାବେ ୬ ହଜାର ଟଙ୍କା ସହ ପରିଚୟପତ୍ର ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଠା ମାନସ ମଂଗରାଜଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିସହିତ ଚଳିତବର୍ଷ ମଧ୍ୟ ଶୀତକାଳୀନ ସହାୟତା ପ୍ରଦାନ ନିମନ୍ତେ ଦାବି କରିଥିଲେ| ବୈଠକରେ ବୈକୁଣ୍ଠ ନାୟକ, ପ୍ରଫୁଲ୍ଲ ମହାପାତ୍ର , ନୀଳକଣ୍ଠ ସାସମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |














