୨୭ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ଗଜାନନ ବଜାର ଠାରେ ଆଇ ଆଇ ଏଫ୍ ଏଲ ର ନୂତନ ଶାଖା ଖୋଲିଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ ଯୋଗଦେଇ ଆଇ ଆଇ ଏଫ ଏଲ ର ନୂତନ ଶାଖା ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ,
ଏନ୍ ଡି ସି ସି ମ୍ୟାନେଜର ସରୋଜ ସାହାଣୀ, ଆଇ ଆଇ ଏଫ ଏଲ ମ୍ୟାନେଜର ପ୍ରିୟଦର୍ଶୀ ପଟ୍ଟନାୟକ, କ୍ଲଷ୍ଟର ହେଡ ରମାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ,ଲୋକମାନଙ୍କୁ ସ୍ୱଳ୍ପ ସୁଧରେ ସୁନା ଋଣ,ବ୍ୟବସାୟ ଋଣ ଯୋଗାଇବା ଆଇ ଆଇ ଏଫ ଏଲ ର ମୁଖ୍ୟ ଲକ୍ଷ୍ୟ ।














