• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୨୨ବର୍ଷର ବିଜେଡି ଶାସନରେ ଚାଷୀ ଆତ୍ମହତ୍ୟା ଓ ଚାଷୀ ଅନାହାର ଆଜି ଶୀର୍ଷରେ ପଂହଚିଛି : ପ୍ରତାପ ଷଡଙ୍ଗୀ

Proprietor Abhimanyu Maharana by Proprietor Abhimanyu Maharana
November 26, 2022
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
୨୨ବର୍ଷର ବିଜେଡି ଶାସନରେ ଚାଷୀ ଆତ୍ମହତ୍ୟା ଓ ଚାଷୀ ଅନାହାର ଆଜି ଶୀର୍ଷରେ ପଂହଚିଛି : ପ୍ରତାପ ଷଡଙ୍ଗୀ
Share on FacebookShare on TwitterWhatsapp

କୃଷି ଓ କୃଷକଙ୍କୁ ନ୍ୟାୟ ଦାବିରେ ବିଧାନସଭା ସମ୍ମୁଖରେ ୮ମ ଦିନରେ ସତ୍ୟାଗ୍ରହ

1. ସାମିଲ ହେଲେ ସାଂସଦ ଏବଂ ବିଧାୟକ
2. କାଳିଆ ଯୋଜନାରେ ଚାଷୀ ନୁହଁ ବରଂ ବିଜେଡି ନେତାମାନେ ଲାଭବାନ ହେଉଛନ୍ତି
3. ଅନ୍ନଦାତାଙ୍କ ହକ୍ ରାଜ୍ୟ ସରକାର ଦିଅନ୍ତୁ ନହେଲେ ବିଜେପି ସାରା ବ୍ଲକରେ ଆନ୍ଦୋଳନକୁ ତୀବ୍ରତର କରିବ
4. ବିଧାନସଭାରେ ଆମେ ଚାଷୀଙ୍କ ସ୍ୱରକୁ ଉତୋଳନ କରିବୁ ଏବଂ ଆପଣମାନେ ବିଧାନସଭା ବାହାରେ ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରୀ ରଖନ୍ତୁ : ମୋହନ ମାଝୀ
5. ରାଜ୍ୟ ସରକାରଙ୍କ ମିଛ ପ୍ରତାରଣାର ଶିକାର ନହୁଅନ୍ତୁ ରାଜ୍ୟର ଚାଷୀକୁଳ: ଜୁଏଲ ଓରାମ
6. ୮ମ ଦିନ ସତ୍ୟାଗ୍ରହରେ ସାମିଲ ହେଲେ ମହାକାଳପଡା ଓ ରାଜନଗର ନିର୍ବାଚନମଣ୍ଡଳୀର ଚାଷୀ

୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟର ୮୦ ପ୍ରତିଶତ ହେଉଛନ୍ତି ଚାଷୀ । କିନ୍ତୁ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି କାରଣରୁ ହନ୍ତସନ୍ତ ହେବା ସହିତ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି । ୨୨ବର୍ଷର ବିଜେଡି ଶାସନରେ ଚାଷୀ ଆତ୍ମହତ୍ୟା ଓ ଚାଷୀ ଅନାହାର ଆଜି ଶୀର୍ଷରେ ପଂହଚିଛି । ନ୍ୟାର୍ଯ୍ୟ ହକ୍ ପାଇଁ ଚାଷୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସତ୍ୱେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନାହିଁ କି କୈାଣସି ତତ୍ପରତା ଦେଖାଉ ନାହାନ୍ତି । ବରଂ ମିଛ ପ୍ରତିଶୃତି ଦେଇ ସରଳ ଚାଷୀଙ୍କୁ ବାରମ୍ବାର ପ୍ରତାରିତ କରୁଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ପଠାଉଥିବା ସାର, ବିହନ ଆଦିକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ କଳାବଜାରୀ କରାଯାଉଛି । ଚାଷୀଙ୍କୁ ଜଳସେଚନ, ସାର, ବିହନ ଆଦି ଯୋଗାଇବାରେ ବିଫଳ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷିକଲ୍ୟାଣ ଯୋଜନାର ସୁଫଳରୁ ଜାଣିଶୁଣି ବଂଚିତ ରଖୁଛନ୍ତି ।

କିନ୍ତୁ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଚାଷୀଙ୍କ ମୃତ୍ୟୁକୁ ତାଚ୍ଛଲ୍ୟ କରିବା ସହ ବିଜେପି ଚାଷୀଙ୍କୁ “ଅମର ଲଡୁ ଦିଅ” ବୋଲି କହି ତାତ୍ସଲ୍ୟ କରୁଛନ୍ତି । ନିଜକୁ ଚାଷୀଙ୍କ ଦରଦୀ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ଘୋଷଣା କରିଥିବା ୧୦ ହଜାର ଟଙ୍କା ନଦେଇ ମାତ୍ର ୪ ହଜାର ଟଙ୍କା ଦେଉଛନ୍ତି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ । କାଳିଆ ଯୋଜନାରେ ଚାଷୀ ନୁହଁ ବରଂ ବିଜେଡି ନେତାମାନେ ଲାଭବାନ ହେଉଛନ୍ତି । ନିର୍ବାଚନ ସମୟରେ ମିଛ ପ୍ରତିଶୃତିର ଭଣ୍ଡାର ଘର ଖୋଲି ଦେଇ ମୁଖ୍ୟମନ୍ତ୍ରୀ ପରବର୍ତୀ ସମୟରେ ଭୁଲି ଯାଆନ୍ତି । ଦୀର୍ଘ ୨୨ବର୍ଷ ଶାସନରେ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଗୋଟିଏ ହେଲେ ପକ୍କା ଯୋଜନା କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର, ଏପରିକି ଗୋଟିଏ ହେଲେ ନୂତନ ଶୀତଳ ଭଣ୍ଡାର ମଧ୍ୟ ଖୋଲିନାହାନ୍ତି । ବେପାରୀ-ମିଲର-ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଏବଂ ଚାଷୀମାରଣ ନୀତି କାରଣରୁ ଚାଷୀର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଥିବାବେଳେ ନିଜ ଦୋଷକୁ କେନ୍ଦ୍ର ସରକାରଙ୍କ ଉପରେ ଲଦି ଦେବା ଅତ୍ୟନ୍ତ ନିନ୍ଦନୀୟ । କୃଷି ଓ କୃଷକଙ୍କୁ ନ୍ୟାୟ ଦାବୀରେ ବିଧାନସଭା ସମ୍ମୁଖ ଲୋୟର ପିଏମଜଠାରେ ବିଜେପି ତରଫରୁ ଗତ ୮ ଦିନ ହେଲାଣି ସତ୍ୟାଗ୍ରହ କରାଯାଉଛି । ଯଥାଶୀଘ୍ର ଅନ୍ନଦାତାଙ୍କ ହକ୍ ରାଜ୍ୟ ସରକାର ଦିଅନ୍ତୁ ନହେଲେ ବିଜେପି ସାରା ବ୍ଲକରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଆଜି ସତ୍ୟାଗ୍ରହ ସ୍ଥଳୀରୁ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ବିଧାନସଭାରୁ ଚାଲି ଚାଲି ସିଧାସଳଖ ସତ୍ୟାଗ୍ରହ ସ୍ଥଳୀକୁ ବିଜେପି ବିଧାୟକମାନେ ପହଂଚି ଆନ୍ଦୋଳନକାରୀଙ୍କ ସହ ଯୋଗ ଦେଇଥିଲେ । ଚାଷୀଙ୍କ ସ୍ୱାର୍ଥ ଆମ ପାଇଁ ପ୍ରାଥମିକତା ଏବଂ ମୋଦି ସରକାର ଏଥି ପାଇଁ ପ୍ରତିଶୃତିବଦ୍ଧ । କୈାଣସି ପରିସ୍ଥିତିରେ ଚାଷୀଙ୍କ ପ୍ରତି ଅବହେଳାକୁ ପଶ୍ରୟ ଦିଆଯିବନାହିଁ ।

ବିଧାନସଭାରେ ଆମେ ଚାଷୀଙ୍କ ସ୍ୱରକୁ ଉତୋଳନ କରିବୁ ଏବଂ ଆପଣମାନେ ବିଧାନସଭା ବାହାରେ ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରୀ ରଖିବାକୁ ସତ୍ୟାଗ୍ରହରେ ଯୋଗ ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କରିଛନ୍ତି । ଏହି ଅବସରରେ ବିଧାୟକ ଭାସ୍କର ମଢେଇ, ସୁକାନ୍ତ ନାୟକ, ଡ.ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ଜୟନ୍ତ ଷଡଙ୍ଗୀ, ନବଚରଣ ମାଝୀ ଏବଂ ସନାତନ ବିଜୁଳି ପ୍ରମୁଖ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ସମାଲୋଚନା କରିଥିଲେ । ସୁନ୍ଦରଗଡ ସାଂସଦ ଶ୍ରୀ ଜୁଏଲ ଓରାମ ସତ୍ୟାଗ୍ରହରେ ଯୋଗ ଦେଇ କୃଷି ଓ କୃଷକ ବିରୋଧୀ ବିଜୁ ଜନତା ଦଳକୁ ସମାଲୋଚନା କରିବା ସହିତ ରାଜ୍ୟର ଚାଷୀ ଭାଇ ଓ ଭଉଣୀଙ୍କୁ ଆଉ ପ୍ରତାରଣାର ଶିକାର ନହେବାକୁ କହିଥିଲେ ।

ଆଜି ୮ମ ଦିନ ସତ୍ୟାଗ୍ରହରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଓ ରାଜନଗର ନିର୍ବାଚନମଣ୍ଡଳୀର ଚାଷୀ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ ନେତା ନୟନ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ପୂର୍ବତନ ବିଧାୟକ ଅଲେଖ ଜେନା, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯୋଧନ ସାହୁ, ଶାରଦା ପ୍ରଧାନ, ବାବୁ ସିଂ, ଆଶ୍ରୀତ ପଟ୍ଟନାୟକ, ସୁଜିତ୍ କୁମାର୍ ଦାସ୍‌, ସୁଶାନ୍ତ ମଲ୍ଲିକ, ମହେଶ ମହାନ୍ତି, ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version