୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ମହାସଂଘ ନୟାଗଡ ବିଦୂତ ଡିଭିଜନ ତରଫରୁ ଏକ ସାଧାରଣ ସଭା ନୟାଗଡ ଷ୍ଟ୍ରକଚର ଠାରେ ଆୟୋଜିତ ହୋଇଯାଇଛି. ଉକ୍ତ ସଭାରେ ଓଡିଶା ବିଦୂତ କର୍ମଚାରୀ ସଙ୍ଘ ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ର, କୋଷାଧକ୍ଷ ଶ୍ରୀଯୁକ୍ତ ସଂଜୀବ ବେହେରା ଏବଂ ନୟାଗଡ ବିଦୂତ ଡିଭିଜନ ର ସଭାପତି ଶ୍ରୀଯୁକ୍ତ ନବକିଶୋର ବେହେରା
ଏବଂ ଉପ ସଭାପତି ରଂଜତ କୁମାର ହରିଚନ୍ଦନ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ. ଠିକା ଶ୍ରମିକ ପନ୍ଥା କୁ ଉଠାଇ ରେଗୁଲାର କରିବା,ଶ୍ରମିକ ମାନଙ୍କର ବିଭିନ୍ନ ପ୍ରକାର ଦାବିକୁ ପୂରଣ କରିବା ପାଇଁ ବକ୍ତୃତ୍ୟ ପ୍ରଦାନ କରିଥିଲେ. ଏବଂ ଦରମା ହାର ବୃଦ୍ଧି କରିବା ପାଇଁ ଦାବି ଦିଆଗଲା. ଉକ୍ତ ସଭା ସକାଳ 11 ଘଂଟିକା ଠାରୁ ଅପରାହ୍ନ 3 ଘଂଟିକା ଯାଏଁ ଚାଲିଥିଲା.















