• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଦ୍ମପୁର ଉପନିର୍ବାଚନୀ ପ୍ରଚାର ମଧ୍ୟ ଜୋର ଧରିଛି : ବିଜୁ ଜନତା ଦଳ ର ନିର୍ବାଚନୀ ସମାବେଶ

Proprietor Abhimanyu Maharana by Proprietor Abhimanyu Maharana
November 23, 2022
in ଓଡ଼ିଶା, ବରଗଡ଼, ହୋମ୍
0
ପଦ୍ମପୁର ଉପନିର୍ବାଚନୀ ପ୍ରଚାର ମଧ୍ୟ ଜୋର ଧରିଛି : ବିଜୁ ଜନତା ଦଳ ର ନିର୍ବାଚନୀ ସମାବେଶ
Share on FacebookShare on TwitterWhatsapp

1. ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡାକ୍ତର ଅରୁଣ କୁମାର ସାହୁ କହିଥିଲେ ଯେ , ଚାଷୀ ଠିକ ସମୟରେ ବୀମା ଟଙ୍କା ପୈଠ କରିବା ସତ୍ୱେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇନ୍ସୁରେନ୍ସ କମ୍ପାନୀ ମାନେ ଚାଷୀକୁ ବୀମା ଟଙ୍କା ପ୍ରଦାନ କରୁନାହାନ୍ତି ।

2. ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଙ୍କ କନ୍ୟା ଦୀପାଳି ଦାସ ,ଦରଦାମ ବୃଦ୍ଧି ଉପରେ କେନ୍ଦ୍ର ଓ ବିଜେପି ଉପରେ ବର୍ଷିବା ସହିତ କେନ୍ଦ୍ର ସରକାର ଙ୍କର ସବୁ ଦ୍ରବ୍ୟ ଉପରେ ମନମୁଖୀ ଜିଏସଟି ଦ୍ୱାରା ଲୋକେ କେମିତି ହନ୍ତସନ୍ତ ହେଉଛନ୍ତି

ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟ ସରକାର ଙ୍କର ମହିଳା ସଶକ୍ତିକରଣ ଉପରେ କହିଥିବା ବେଳେ ବିଜୁ ଜନତା ଦଳର ଉପସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ବିଜୁ ବାବୁ ଓ ବିଜେ ବାବୁ ଙ୍କର ସମ୍ପର୍କ , କେମିତି ସେ ସମୟରେ ଏତେ ପାଠ ପଢି ଥିବା ସତ୍ୱେ କୋଣସି ଚାକିରୀ ନ କରି ଲୋକଙ୍କ ପାଇଁ ସମର୍ପିତ ହୋଇଥିଲେ ବିଜେ ବାବୁ ତା ଉପରେ କହିବା ସହିତ ବରଗଡ଼ ନୂଆପଡ଼ା ରେଳ ଲାଇନ କୁ ନେଇ କେନ୍ଦ୍ର ସରକାର ଙ୍କର ମନ୍ତ୍ରୀ ଓ ନେତା ମାନେ କିଭଳି ଭାବରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଇ ପଦ୍ମପୁରବାସୀ ଙ୍କୁ ପ୍ରତାରିତ କରୁଛନ୍ତି ସେ ବାବଦରେ କହିଥିଲେ ।

୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ କୁ ଆଉ ମାତ୍ର କେଇଦିନ ରହିଲା । ଏହାରି ଭିତରେ ଉପନିର୍ବାଚନୀ ପ୍ରଚାର ମଧ୍ୟ ଜୋର ଧରିଛି । ଏ ପରିପ୍ରେକ୍ଷୀରେ ଗତକାଲି ପାଇକମାଲ ଯୋନ ୨ ର ମହିଳା କର୍ମକର୍ତ୍ତା ମାନଙ୍କୁ ନେଇ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ନିର୍ବାଚନୀ ସମାବେଶ ର ଆୟୋଜନ କରାଯାଇଥିଲା । ବିଜୁ ଜନତା ଦଳର ମହିଳା ସଭାପତି ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ

ଏହି ସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଙ୍କ କନ୍ୟା ଦୀପାଳି ଦାସ ,ଦରଦାମ ବୃଦ୍ଧି ଉପରେ କେନ୍ଦ୍ର ଓ ବିଜେପି ଉପରେ ବର୍ଷିବା ସହିତ କେନ୍ଦ୍ର ସରକାର ଙ୍କର ସବୁ ଦ୍ରବ୍ୟ ଉପରେ ମନମୁଖୀ ଜିଏସଟି ଦ୍ୱାରା ଲୋକେ କେମିତି ହନ୍ତସନ୍ତ ହେଉଛନ୍ତି ଖାସକରି ମହିଳା ମାନଙ୍କୁ ପ୍ରତ୍ୟେକ ଦିନ କେମିତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତା ଉପରେ ଉଦବୋଧନ ଦେବା ସହିତ କେନ୍ଦ୍ରର ବିଜେପି ସରକାର ଲୋକଙ୍କ ସେବା କରୁନାହିଁ ବରଂ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ଉପସ୍ଥିତ ମହିଳା ମାନଙ୍କୁ କହିଥିଲେ । ସେହିଭଳି ବିଗତ ବର୍ଷ ପର୍ଯ୍ୟନ୍ତ କୃଷକ ଭାଇ ମାନଙ୍କୁ ଚାଷ କରିବା ପାଇଁ ରାଜ୍ୟ ସରକାର ବିନା ସୁଧରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଥିଲେ ହେଲେ ଚଳିତ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦ୍ଦେଶ କ୍ରମେ ଚାଷୀ ଭାଇ ମାନଙ୍କୁ ଏକ ଲକ୍ଷ ଟଙ୍କା ର ଋଣ ବିନା ସୁଧରେ ପ୍ରଦାନ କରାଯାଉଛି ।

1. ସଭାକୁ ଉଦବୋଧନ ଦେଇ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡାକ୍ତର ଅରୁଣ କୁମାର ସାହୁ କହିଥିଲେ ଯେ , ଚାଷୀ ଠିକ ସମୟରେ ବୀମା ଟଙ୍କା ପୈଠ କରିବା ସତ୍ୱେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇନ୍ସୁରେନ୍ସ କମ୍ପାନୀ ମାନେ ଚାଷୀକୁ ବୀମା ଟଙ୍କା ପ୍ରଦାନ କରୁନାହାନ୍ତି । ଏହା ସହିତ ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା ଦାଇତ୍ୱ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାରଙ୍କ । ଆଜି ପାଞ୍ଚ ଶହ ଟଙ୍କା ନେଇ ବଜାରକୁ ଗଲେ ଗୋଟିଏ ବେଗ ରେ ଅଧା ସଉଦା ଆସୁଛି । ସବୁ ଜିନିଷ ର ଦରଦାମ ଆକାଶ ଛୁଆଁ ହୋଇଥିବା କାରଣ ରୁ ମହିଳା ମାନେ ଘରେ ରୋଷେଇ କରିବାକୁ ଡରୁଛନ୍ତି । ନବୀନ ବାବୁ ଙ୍କୁ ସମସ୍ତ ଭଲ ପାଆନ୍ତି । ଆହୁରି ଦଳ ଅଛନ୍ତି ତା ମଧ୍ୟରୁ ଗୋଟେ ମିଛ କହି କହି ସଫା ହୋଇଗଲା ତ ଆଉ ଗୋଟେ ମିଛ କହି କହି ସଫା ହେବାକୁ ଯାଉଛି ବୋଲି ଡାକ୍ତର ଅରୁଣ ସାହୁ କହିବା ସହିତ ବର୍ଷା ସିଂ ବରିହା ଙ୍କୁ ମାଆ ମାନେ ନିଜର ଭୋଟ ମାଧ୍ୟମରେ ଆଶୀର୍ବାଦ କରିବେ ବୋଲି ନିବେଦନ କରିଥିଲେ ।

2.ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟ ସରକାର ଙ୍କର ମହିଳା ସଶକ୍ତିକରଣ ଉପରେ କହିଥିବା ବେଳେ ବିଜୁ ଜନତା ଦଳର ଉପସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ବିଜୁ ବାବୁ ଓ ବିଜେ ବାବୁ ଙ୍କର ସମ୍ପର୍କ , କେମିତି ସେ ସମୟରେ ଏତେ ପାଠ ପଢି ଥିବା ସତ୍ୱେ କୋଣସି ଚାକିରୀ ନ କରି ଲୋକଙ୍କ ପାଇଁ ସମର୍ପିତ ହୋଇଥିଲେ ବିଜେ ବାବୁ ତା ଉପରେ କହିବା ସହିତ ବରଗଡ଼ ନୂଆପଡ଼ା ରେଳ ଲାଇନ କୁ ନେଇ କେନ୍ଦ୍ର ସରକାର ଙ୍କର ମନ୍ତ୍ରୀ ଓ ନେତା ମାନେ କିଭଳି ଭାବରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଇ ପଦ୍ମପୁରବାସୀ ଙ୍କୁ ପ୍ରତାରିତ କରୁଛନ୍ତି ସେ ବାବଦରେ କହିଥିଲେ । ଏହି ସଭାରେ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା ପହଞ୍ଚି ପ୍ରଥମେ ବିଜୁ ବାବୁ ଓ ବିଜୟ ବାବୁ ଙ୍କ ଫୋଟୋରେ ପୁଷ୍ପାମାଲ୍ୟ ଅର୍ପଣ କରିବା ସହିତ ଉପସ୍ଥିତ ମହିଳା ମାନଙ୍କୁ ମୁଣ୍ଡିଆ ମାରି ପଦ୍ମପୁର ମାଟିର ବିକାଶ ପାଇଁ ମୋର ବାପାଙ୍କୁ ଆପଣମାନେ ଯେମିତି ଆଶୀର୍ବାଦ କରୁଥିଲେ ମତେ ମଧ୍ୟ ଆପଣ ମାନେ ସେମିତି ଆଶୀର୍ବାଦ କରିବେ ବୋଲି କହି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ନିରଞ୍ଜନ ବିଶି , ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାୟକ ମୁକେଶ ପାଲ, ବିଧାୟକ ମହିଧର ରଣା, ବିଧାୟକ ବିକ୍ରମ ପଣ୍ଡା , ପ୍ରଶାସନିକ ସେବା ଛାଡି ନିଜକୁ ବିଜୁ ଜନତା ଦଳରେ ସମର୍ପିତ କରିଥିବା ଶ୍ରୀ ମହେନ୍ଦ୍ର ବଢ଼େଇ , ପୂର୍ବତନ ବିଧାୟକ ଯୋଗେଶ ସିଂ ,ଚିମୟ ସାହୁ ,ପର୍ଯବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ , ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ନିଲକୁମାରୀ ନାୟକ , ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀ ବିଜୟ କୁମାର ସ୍ୱାଇଁ ଓ ପାଇକମାଲ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀ ଙ୍କୁ ବିଜୟୀ କରେଇବା ପାଇଁ ନିବେଦନ କରଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

March 11, 2026

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

March 11, 2026
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version