କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ହସ୍ତକ୍ଷେପ ଏହାର ସମାଧାନ ହେଲା, ଚାଷୀମାନଙ୍କୁ ବୀମା ଅର୍ଥ ମିଳିଲା । ସେହିଭଳି ପଦ୍ମପୁରରେ ରେଳ ଚାଲିବା ପାଇଁ ଥିବା ବହୁତ ଦିନର ଦାବିକୁ କେନ୍ଦ୍ର ସରକାର ୨୦୨୧ରେ ଅନୁମୋଦନ ଦେଇସାରିଥିବା ବେଳେ ରାଜ୍ୟ ସରକାର ଜମି ଯୋଗାଇ ନଦେବା ପାଇଁ ପ୍ରକଳ୍ପ କାମ ଆଗେଇ ପାରୁନି ।
ଏଭଳି ଅନେକ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଂଚାଇବା ଓ ପଦ୍ମପୁରରେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିଜୟ ପାଇଁ ଆଜି ପ୍ରଚାର ମୈଦାନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୁଜାରି, ସଂଗିତା ସିଂହଦେଓ, ବସନ୍ତ ପଣ୍ଡା, ଜୁଏଲ ଓରାମ, ବରିଷ୍ଣ ନେତା କନକ ବର୍ଦ୍ଦନ ସିଂହଦେଓ, ମନମୋହନ ସାମଲ ଆଦି ପ୍ରଚାର କରିଥିଲେ।
ଜୁଏଲ ଓରାମ ପାଇକମାଳରେ, ସୁରେଶ ପୁଜାରି ସରଗିବାହାଲରେ, ମନମୋହନ ସାମଲ ଜଗଦଳପୁରରେ, କନକ ବର୍ଦ୍ଦନ ସିଂହଦେଓ ମାଣ୍ଢୋସିଲରେ, ବସନ୍ତ ପଣ୍ଡା ଝାରବନ୍ଧରେ ଓ ବିଜେପିର ବିଧାୟକ ପାର୍ଥୀ ପ୍ରଦୀପ ପୁରୋହିତ କାଂସଦା ଅଂଚଳରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି।

© 2023 Odisha Taza News.