
୨୧ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ରଣପୁର ଜଗନ୍ନାଥ ମନ୍ଦିରର ମ୍ୟାନେଜର ତଥା ସାମ୍ବାଦିକ ଭାବେ କାର୍ଯ୍ୟରତ ରମେଶ ଚନ୍ଦ୍ର ପ୍ରଧାନଙ୍କ ମାଆଙ୍କ ପରଲୋକ ହୋଇଯାଇଛି | ଆଜି ସକାଳ ୯ ଘଟିକା ସମୟରେ ତାଙ୍କ ମାଆଙ୍କ ମୃତ୍ୟୁବରଣ କରିଥିଲେ | ସେ ଜଣେ ଧର୍ମପରାୟଣ, ଶାନ୍ତ, ସରଳ, ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଥିଲେ |
ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ବୈଦ୍ୟନାଥ ନନ୍ଦ ତାଙ୍କୁ ମୃତ ଘୋଷଣା କରିଥିଲେ | ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, କାଉନସିଲର ସୋନାଲି ପ୍ରଧାନ, ନଗର ସଭାପତି ଲିଙ୍ଗରାଜ ନାୟକ , କାଉନସିଲର ସୋନାଲି ପ୍ରଧାନ ମିଡ଼ିଆ ,ସମାଜସେବୀ କାଶୀନାଥ ନାୟକ ବନ୍ଧୁ ମାନେ ଉପସ୍ଥିତ ଥିଲେ, ସାମ୍ବାଦିକ ରଘୁନାଥ ନାୟକ , ବ୍ରଜ ରଣସିଂହ, ଅଭିମନ୍ୟୁ ମହାରଣା,
ରଘୁନାଥ ନାୟକ, କିଶୋର ରାଉତରାୟ, ସୁକାନ୍ତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଦାଶ, ସୁଶୀଲ କୁମାର ରଣା, ପ୍ରଭାତ ପ୍ରଧାନ, ଚନ୍ଦ୍ରଭାନୁ ପରିଡାଙ୍କ ସମେତ ରଣପୁର ତଥା ଆଖ ପାଖ ଅଞ୍ଚଳର ବହୁ ଲୋକ ତାଙ୍କର ଅନ୍ତିମ ଦର୍ଶନ ପାଇଁ ଆସିଥିଲେ | ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶବ ସତ୍କାର କରାଯାଇଛି |

© 2023 Odisha Taza News.