୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରୀ :- ଆର. ଉଦୟଗିରି ବ୍ଲକର ରବିବାର ମହେନ୍ଦ୍ରଗଡ଼ ପଞ୍ଚାୟତର କୁଷପଲି ସ୍ଥିତ କଲିଙ୍ଗ ବିଦ୍ୟାଳୟ ମୋଡାଳ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରିୟ ସରିଗିଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷ ଲକ୍ଷ୍ମିନାୟଣ ଶବର, ଜିଲା ଶିକ୍ଷା ଅଧିକାରୀ ପ୍ରେମ ରଞ୍ଜନ ସତପଥି, PAITDA ଫାଲୁଗିନି ମାଝି, DWO ସନ୍ତୋଷ କୁମାର ରଥ ,
ସ୍ଥାନୀୟ ସରପଞ୍ଚ କୁମୁଦିନି ଗମାଙ୍ଗ, ଜୀଲ୍ଲପରିଷଦ ସଭ୍ୟା ଜମୁନା ଦଳବେହେରା ଯୋଗ ଦେଇ ଉଦଘାଟନ କରିବା ସହ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ ବଣ୍ଟନ କରିଥିଲେ । ବେଳେ ବ୍ଲକ୍ ମଙ୍ଗୁଳ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ କୁମାର ଲେଙ୍କା, ବିଦ୍ୟାଳୟର ଭାରପ୍ରପ୍ତ ପ୍ରଧାନଶିକ୍ଷକ ଅମିୟ ପଟନାୟ ବିଭିନ୍ନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ ।
କଲ୍ୟାଣ ବିଭଗର ବ୍ଲକର ବିଭିନ୍ନ ଗ୍ରାମର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କନିଷ୍ଠ ଏବଂ ବରିଷ୍ଠ ବିଭାଗ ୧୪ଟି ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥି୍ଲା । ଶତାଧିକ ପ୍ରତିଯୋଗୀତା ଏଥିରେ ଅଂଶଗ୍ରହଣ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଶ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନଛୁଆ ହୋଇଥି୍ଲା । ଏହିକାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ପରିଚାଳନ କରିଥିଲେ ।













