୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ୍ ଭାବେ ପରିଗଣିତ ମୋହନା ବ୍ଲକ । ଏହି ବ୍ଲକ ରେ ୩୯ ଗୋଟି ପଞ୍ଚାୟତ ରହିଥିବା ବେଳେ ବ୍ଲକ୍ କୁ ଲାଗିରହିଛି କନ୍ଧମାଳ, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା । ବହୁବାର ଅଞ୍ଚଳବାସୀଙ୍କ ଦାବି ପରେ ସରକାର ଆଖି ଆଗରେ ରଖି ମୋହନା ସହର ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏକ ଶାଖା ଖୋଲା ଯାଇଛି । ଏହି ବ୍ୟାଙ୍କ ରେ ୪୦ ହଜାର ରୁ ଉର୍ଦ୍ଧ୍ବ ଗ୍ରାହକ ଅଛନ୍ତି ଓ ପ୍ରାୟ ବ୍ଲକ୍ ର ସୋୟମ୍ ସହାୟକ ଗୋଷ୍ଠୀ ଏହି ବ୍ୟାଙ୍କ ଉପରେ ନିର୍ଭରଶୀଳ ରହିଥାନ୍ତି ।
ବ୍ୟାଙ୍କ କର୍ମଚାରୀ ମାନେ ସରକାର୍ ଙ୍କ ମିଶନ ଶକ୍ତି କୁ କିପରି ଭାବରେ ଆଗକୁ ବଢ଼ାଇବା ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଚେଷ୍ଟା ଜାରି ରଖିଛନ୍ତି। ସୋୟମ ସହାୟକ ମହିଳା ମାନଙ୍କ ପାଇଁ ଛୁଟି ଦିନରେ ମଧ୍ୟ ବ୍ୟାଙ୍କ୍ ର ଫିଲ୍ଡ ଅଫିସର ମନୋରଞ୍ଜନ ପୃଷ୍ଟି ଗାଁ କୁ ଗାଁ ଜାଇ ସରକାର ଙ୍କ ସମସ୍ତ ପ୍ରକାର ସୁବିଧା ମାଧ୍ୟମରେ ଋଣ ଯୋଗାଇ ଦିଆ ଯାଉଛି ଓ କିପରି ସଠିକ୍ ବିନିଯୋଗ ହେଲେ ଲାଭବାନ ହୋଇପାରିବେ ତାହା ଆଲୋଚନା ମଧ୍ୟ କରିଥାନ୍ତି। କର୍ମଚାରୀ ମାନେ ତାଙ୍କରି କର୍ତ୍ତବ୍ୟ ଠିକ୍ ଭାବରେ ପାଳନ କରୁଛନ୍ତି ହେଲେ ବ୍ୟାଙ୍କ ଶାଖା ରେ ଗ୍ରାହକ ହେଉ କିମ୍ବା କର୍ମଚାରୀ ଙ୍କ ପାଇଁ କୌଣସି ପ୍ରକାର ସୁବିଧା ନାହିଁ।
ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ବ୍ୟାଙ୍କ୍ ଟି ଯେଉଁ ଭଳି ରହିଛି ୧୦ ରୁ ୧୨ ଜଣ ଶାଖା ଭିତରେ ରହିଲେ ଜାଗା ହୋଇପାରୁନି, ଅନ୍ୟପଟେ ବିଦ୍ୟୁତ୍ କଟ ହେଲେ ଜେନେରେଟର ନଥିବାରୁ ଘଣ୍ଟା ଘଣ୍ଟା ଧରି ଦୂରଦୁରାନ୍ତ ରୁ ଆସିଥିବା ଗ୍ରାହକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅନ୍ୟପଟେ କହିବାକୁ ଗଲେ ବର୍ଷା ଦିନ ଆସିଗଲେ ବ୍ୟାଙ୍କ୍ ଛାତରୁ ପାଣି ଗଳୁଛି ଓ କର୍ମଚାରୀ ହୁଅନ୍ତୁ କିମ୍ୱା ଗ୍ରାହକ ଙ୍କ ପାଇଁ ଗ୍ରୀଷ୍ମ ଋତୁ ଆସିଗଲେ ପିଇବା ପାଣି ର ସୁବିଧା ନାହିଁ। ଏହିପରି ଅନେକ ସମସ୍ୟା ଲାଗିରହିଛି ବ୍ୟାଙ୍କ୍ ର ଶାଖା ପରିଚାଳକ ଦେବେନ୍ଦ୍ର କୁମାର ସେଠୀ ବାରମ୍ବାର ଉପରିସ୍ଥ ଅଧିକାରୀ ଓ ଘର ଭଡ଼ା ନେଇଥିବା ମାଲିକ ଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ବ୍ୟାଙ୍କ୍ ରେ ସୁବ୍ୟବସ୍ଥା କରିବା ପାଇଁ। ହେଲେ କୌଣସି ସମାଧାନ ହୋଇ ପାରୁନାହିଁ।ହେଲେ କେବେ ଏହି ବ୍ୟାଙ୍କ୍ ରେ ଗ୍ରାହକ ହୁଅନ୍ତୁ କିମ୍ବା କର୍ମଚାରୀ ଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ତାହା ଉପରେ ଅଞ୍ଚଳବାସୀ ଙ୍କ ନଜର।













