No Result
View All Result
୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲା ଆର,ଉଦୟଗିରି ବ୍ଲକର ବିଡିଓ ଲରିମନ ଖର୍ସେଲ ନିର୍ଦେଶରେ ବ୍ଲକର ସମସ୍ତ ଗାଁସାଥୀ ମାନଙ୍କୁ ନେଇ ଏକ ଗୁରୁତ୍ବପୂଣ୍ଣ ଆଲୋଚନା କ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଥି୍ଲା । ଉକ୍ତ ସଭାରେ ବିଶେଷ କରି ଜଣ ଜଣ କରି ସମସ୍ତ ଗାଁ ସାଥୀଙ୍କ ସମସ୍ୟା ପଚାରୀ ବୁଝିବା ସହ କିପରି ବ୍ଲକରେ ମନରେଗା ଯୋଜନା ମାଧ୍ୟାମରେ ଲୋକଙ୍କ ସମସ୍ୟା ଦୂର କରିହେବ । ତେବେ ଅଣରୋଜକରି ଲୋକ ଅଛନ୍ତି ସମସ୍ତେ ଯେପରି ରୋଜଗାର ପାଇବେ । ଏଥି ନିମନ୍ତେ ବିଡିଓ ଶ୍ରୀ ଖର୍ସେଲ ସମସ୍ତ ଗାଁ ସାଥୀମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ।
ବିଡିଓ ଶ୍ରୀ ଖର୍ସେଲ ଆର,ଉଦୟଗିରି ବ୍ଳକକୁ ବିକାଶ ଦିଗରେ ନେବା ପାଇଁ ଆଭାନ୍ନ କରିଥିଲେ । ସମସ୍ତ ଗାଁ ସାଥୀମାନେ ଊତ୍ସାହିତ ହୋଇ ବିକାଶ ଦିଗରେ ନେବା ପାଇଁ ପ୍ରତିଶୃତି ଦେଲେ ଓ ଗାଁ ସାଥୀମାନେ ଭାବବିହଲ ହୋଇ ପୂର୍ବରୁ ଆମକୁ କୌଣସି ବିଡିଓ କେବେ ଏମିତି ଉତ୍ସାହ କରି ନାହାନ୍ତି ବୋଲି ନିଜ ନିଜ ମନ୍ତବ୍ୟ ରଖିବା ସହ ବିଡିଓ ଶ୍ରୀ ଖର୍ସେଲଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏପିଓ ଅକ୍ଷୟ ବିଷୋୟୀ ରନ୍ ଯୋଗଦେବା ସହ ବ୍ଲକର ସମସ୍ତ ଗାଁ ସାଥୀମାନେ ଯୋଗଦେଇଥିଲେ ।

No Result
View All Result