ଆଇଆର୍ପିଆର୍ଏ ଦ୍ୱାରା ୪୦ଅଣ୍ଡର୪୦ ବିଜେତାଙ୍କ ନାମ ଘୋଷଣା
ଏହି ଅବସରରେ “ଭାରତରେ ଆଂଚଳିକ ପିଆର୍ର ଭବିଷ୍ୟତ’ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାଗ ନେଇଥିବା ବିଶେଷଜ୍ଞମାନେ ନିଜର ମତ ଉପସ୍ଥାପନ କରିଥିଲେ । ଶାନ୍ତ ଓ ମିଷ୍ଟଭାଷୀ ଶ୍ରୀଯୁକ୍ତ ଦୁର୍ଗାଚରଣ ସାମଲ ହେଉଛନ୍ତି ଜଣେ ଉଲ୍ଲେଖନୀୟ ନେତୃତ୍ୱର ଅଧିକାରୀ । ସେ ନିଜ କ୍ଲାଏଂଟ୍ମାନଙ୍କ ସଙ୍କଟର ପରିଚାଳନା କରିବା ଲାଗି ସର୍ବଦା ନୂଆ ଏବଂ ଅଭିନବ ପଦ୍ଧତି ପ୍ରୟୋଗ କରିବା ଲାଗି ପରିଚିତ ଏବଂ ବହୁ ସଂଖ୍ୟକ କ୍ଲାଏଂଟ୍ଙ୍କ ଗଣମାଧ୍ୟମ ସମ୍ପର୍କକୁ ମଧ୍ୟ ସେ ଅତି ଚମତ୍କାର ଢଙ୍ଗରେ ପରିଚାଳନା କରୁଛନ୍ତି ।
ଶ୍ରୀମତୀ ବିଜୟିତା ତ୍ରିପାଠୀଙ୍କ ମଧ୍ୟ କଂପାନିର ବିକାଶ ପ୍ରତି ଉଲ୍ଲେଖନୀୟ ଯୋଗାଦନ ରହିଛି ଏବଂ ସେ ହେଉଛନ୍ତି ସଂସ୍ଥାର ସବୁଠୁ ଲୋକପ୍ରିୟ ଚେହେରା । ତାଙ୍କ ଆତ୍ମବିଶ୍ୱାସ ଏବଂ ଲୋକ ସମ୍ପର୍କ ଦକ୍ଷତା ତାଙ୍କ ଟିମ୍ ପାଇଁ ଏକ ଭିନ୍ନ ସ୍ତରର ଶକ୍ତି ଏବଂ ଉତ୍ସାହ ପ୍ରଦାନ କରିଥାଏ । ଇଣ୍ଡିଆଜ୍ ରିଜିଓନାଲ୍ ପିଆର୍ ଆୱାର୍ଡସ୍ (ଆଇଆର୍ପିଆର୍ଏ)ର ଲକ୍ଷ୍ୟ ହେଉଛି ଗତ କିଛି ବର୍ଷ ଭିତରେ ଆଂଚଳିକ ଲୋକ ସମ୍ପର୍କର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ପିଆର୍ ପ୍ରଫେସନାଲ୍ମାନଙ୍କୁ ସମ୍ମାନିତ କରିବା । ଚଳିତ ବର୍ଷର ପୁରସ୍କାର ପାଇଁ ଆଇଆର୍ପିଆର୍ଏ ସାରା ଦେଶର ୧୭ଟି ରାଜ୍ୟରୁ ୧୮୬ ପଂଜୀକରଣ ହାସଲ କରିଥିଲା । ଆବେଦନକାରୀମାନେ ୭୬ଟି କେସ୍ ଷ୍ଟଡି ଦାଖଲ କରିଥିଲେ ।

© 2023 Odisha Taza News.