• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିନାୟକ ଆଚାର୍ଯ୍ୟ କଲେଜ ର‌୍ୟାଗିଂ ପ୍ରସଙ୍ଗ ବିଜୁ ଛାତ୍ର ଜନତା ଦଳ କ୍ୟାମ୍ପସ କମିଟି କଲେଜ ଓ ୟୁନିଭରସିଟି ମାନଙ୍କରେ ଆତଙ୍କରାଜ ଚଳାଇଛନ୍ତି – ୟାସିର ନୱାଜ

Proprietor Abhimanyu Maharana by Proprietor Abhimanyu Maharana
November 20, 2022
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ବିନାୟକ ଆଚାର୍ଯ୍ୟ କଲେଜ ର‌୍ୟାଗିଂ ପ୍ରସଙ୍ଗ ବିଜୁ ଛାତ୍ର ଜନତା ଦଳ କ୍ୟାମ୍ପସ କମିଟି କଲେଜ ଓ ୟୁନିଭରସିଟି ମାନଙ୍କରେ ଆତଙ୍କରାଜ ଚଳାଇଛନ୍ତି  – ୟାସିର ନୱାଜ
Share on FacebookShare on TwitterWhatsapp

୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର  :- ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେ ଯେଉଁ ର‌୍ୟାଗିଂ ଘଟଣା ଆଜି ଓଡ଼ିଶାର ଜନସାଧାରଣ ଜାଣିବାକୁ ପାଇଲେ ସେଥିରୁ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ କେତେ ଅସୁରକ୍ଷିତ ଥିବ ତାହା ସ୍ପଷ୍ଟ ବାରିହୋଇ ପଡ଼ୁଛି । ଏହି ଘଟଣାକୁ ଯେତେ କଡ଼ା ଭାଷାରେ ନିନ୍ଦାକଲେ ବି କମ ହୋଇଯିବ । ପ୍ରଦେଶ ଛାତ୍ର କଂଗ୍ରେସ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଓ ବିଶେଷ କରି ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ହେଉଥିବା ର‌୍ୟାଗିଂ ସମ୍ପର୍କରେ ସରକାରଙ୍କୁ ବାରମ୍ବାର ଚେତାଇଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାପାଇଁ ସରକାର ଆନ୍ତରିକତା ଦେଖାଉ ନାହାନ୍ତି ।

ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ମଧ୍ୟ ଏ ର‌୍ୟାଗିଂ ଯୋଗୁଁ ଘଟିଥିଲା । ଏଥିରେ ସଂପୃକ୍ତ ଅପରାଧି ମାନଙ୍କୁ ସରକାର ଧରିଲେ ନାହିଁ । ଷଡ଼ଯନ୍ତ୍ର କରି ଘଟଣାକୁ ଚାପି ଦେଇଛନ୍ତି । ରୂଚିକାର ମା’କୁ ପୋଲିସ ବିଜେବି କଲେଜ ଗେଟପାଖରୁ ଘୋଷାରି ଘୋଷାରି ନେଇ ଆସିଲା । ଏହି ଅନ୍ୟାୟ ପ୍ରସଙ୍ଗରେ ଯିଏ ପ୍ରତିବାଦ କଲେ ତାଙ୍କ ବିରୋଧରେ କେସ କରିବାପାଇଁ ବିଜୁ ଛାତ୍ର ଜନତା ପକ୍ଷରୁ ବିଜେବି କଲେଜରେ କିଛି ଛାତ୍ରଙ୍କୁ ପ୍ରରୋଚିତ କରାଗଲା । ସବୁଠାରୁ ଚିନ୍ତାର ପ୍ରସଙ୍ଗ ଏହିକିଯେ ବିଜୁ ଛାତ୍ର ଜନତା ଦଳ ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯେଉଁ କ୍ୟାମ୍ପସ କମିଟି ଗଠନ କରିଛନ୍ତି ତାହା ସେଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଦୌରାତ୍ମ୍ୟ କରୁଛନ୍ତି ।

କ୍ୟାମ୍ପସରେ ବିଜୁ ଛାତ୍ର ଜନତା ଦଳର ଦାଦାଗିରି ଚାଲିଛି । କିଛି ଅସାମଜିକ ଛାତ୍ରଙ୍କୁ ନେଇ ବିଜୁ ଛାତ୍ର ଜନତା ଦଳ ସବୁଠାରେ କ୍ୟାମ୍ପସ କମିଟି ଗଠନ କରିଛି । କୁହାଯାଇଥିଲା ଶିକ୍ଷାନୁଷ୍ଠାନର ଦୁର୍ନୀତି, ଭ୍ରଷ୍ଟାଚାର, କଲେଜ କର୍ତୃପକ୍ଷଙ୍କ ମନମାନି ଓ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷାକୁ ନେଇ ବିଜୁ ଛାତ୍ର ଜନତାର କ୍ୟାମ୍ପସ କମିଟି କାର୍ଯ୍ୟ କରିବ । ମାତ୍ର ବିନାୟକ ଆଚାର୍ଯ୍ୟ କଲେଜ ର‌୍ୟାଗିଂ ଘଟଣାରୁ ଏହା ସ୍ପଷ୍ଟ ଯେ ବିଜୁ ଛାତ୍ର ଜନତାର କ୍ୟାମ୍ପସ କମିଟି କଲେଜ କ୍ୟାମ୍ପସରେ ଆତଙ୍କରାଜ ଚଲାଇଛି । କେବଳ ଶାସକ ଦଳର ବାହୁଛାୟା ତଳେ ରହି ଏମାନେ କ୍ୟାମ୍ପସରେ ର‌୍ୟାଗିଂ କରୁଛନ୍ତି । ବିନାୟକ ଆଚାର୍ଯ୍ୟ କଲେଜର +୨ ପ୍ରଥମ ବର୍ଷର ଛାତ୍ରୀକୁ କଲେଜ ପରିସରରେ ବିଜୁ ଛାତ୍ର ଜନତା ଦଳ କ୍ୟାମ୍ପସ କମିଟିର ଆବାହକ ଅଭିଶେକ ନାହାକ ନାନାଦି ଅତ୍ୟାଚାର କରିଥିଲେ ।

ସେଠାରେ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ମଧ୍ୟ ଭୟରେ କେହି ବାଧା ଦେଉନଥିଲେ । କାରଣ ଅଭିଶେକ ଥିଲା ଶାସକ ଦଳର ପ୍ରତିନିଧି । ଏଠାରେ ଯେଉଁ ର‌୍ୟାଗିଂ ଘଟଣା ଏବେ ପଦାକୁ ଆସିଛି ତାହା ଏକମାତ୍ର ଘଟଣା ନୁହେଁ । ପୂର୍ବରୁ ଏହି କଲେଜରେ ଏହିପରି ଘଟଣା ଘଟୁଥିବା ବେଳେ ମଧ୍ୟ କେହି ମୁଁହ ଖୋଲୁନଥିଲେ । ସୁତରାଂ କଲେଜର ଛାତ୍ରୀମାନେ ଏଠାରେ ଏକ ଭୟଙ୍କର ପରିସ୍ଥିତିରେ ପାଠପଢ଼ୁଥିଲେ । ସେହି ଛାତ୍ରୀଙ୍କୁ ଯେଉଁଭଳି ଭାବରେ ଅଭିଶେକଙ୍କ ନିର୍ଦ୍ଦେଶରେ ସଂଘବଦ୍ଧ ଭାବରେ ର‌୍ୟାଗିଂ କରାଯାଉଥିଲା ତାହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଅଭିଶେକ ବାରମ୍ବାର କଲେଜ କ୍ୟାମ୍ପସ ଭିତରେ ଏଭଳି କାଣ୍ଡ କଲେ ମଧ୍ୟ ଅଧ୍ୟାପକ, ପ୍ରିନସ୍‌ପାଲ ବା କଲେଜ କର୍ତୃପକ୍ଷ କୌଣସି ପ୍ରକାର ପଦକ୍ଷେପ ନେଉନଥିଲେ ।

କାରଣ ସ୍ଥାନୀୟ ବିଜେଡ଼ି ନେତା, ପ୍ରଶାସନ ଓ ପୋଲିସ ଠାରୁ ସେ ଅଭୟ ପାଉଥିଲା ଏବଂ ରାଜ୍ୟସାରା ଗଠିତ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟି ମଧ୍ୟ ସିଧାସଳଖ ଏମାନଙ୍କର ସାହାଯ୍ୟ ପାଉଛନ୍ତି । ତେଣୁ ଏପରି ଘଟଣା ଓଡ଼ିଶାରେ ବିଭିନ୍ନ କଲେଜରେ ଘଟୁଛି । ମାତ୍ର ସରକାରଙ୍କ ଆଂଟି ର‌୍ୟାଗିଂ ଓ ଶୃଙ୍ଖଳା କମିଟି ସଶକ୍ତ ନୁହେଁ । କାରଣ ଅଧିକାଂଶ ର‌୍ୟାଗିଂ ଘଟଣାରେ ବିିିଜୁ ଛାତ୍ର ଜନତା ଦଳର ସଭ୍ୟମାନେ ଓ ପ୍ରତିନିଧିମାନେ ସଂପୃକ୍ତ । ସରକାର ତୁରନ୍ତ ପ୍ରତି କଲେଜରେ ଆଂଟିର‌୍ୟାଗିଂ ଓ ଶୃଙ୍ଖଳା କମିଟିକୁ ସଶକ୍ତ କରିବା ସହ ଏହାକୁ ମନିଟର କରିବାପାଇଁ ଉପଯୁକ୍ତ ବ୍ୟବସ୍ଥା କରନ୍ତୁ । ର‌୍ୟାଗିଂ ଉପରେ ସରକାରଙ୍କ ସର୍ତକ ନଜର ରହୁ । ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟି ଅବୈଧ ଘୋଷଣା କରାଯାଉ । କାରଣ କଲେଜର ପରିସରକୁ ଏହି ଛାତ୍ର ଅନୁଷ୍ଠାନ ଅସ୍ଥିର ଓ ଅଶାନ୍ତ କରୁଛି ।

ର‌୍ୟାଗିଂକୁ ରୋକିବା ପାଇଁ ଦେଶରେ ୭ଟି ରାଜ୍ୟ ତଥା ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଉତର ପ୍ରଦେଶ ପ୍ରମୁଖ “ପ୍ରୋହିବିସନ ଅଫ ର‌୍ୟାଗିଂ ଆକ୍ଟ” ପ୍ରଣୟନ କରିଛନ୍ତି । ମାତ୍ର ର‌୍ୟାଗିଂ କ୍ଷେତ୍ରରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଥିବା ବେଳେ ସରକାର ବିଧିବଧ ଭାବରେ “ପ୍ରୋହିବିସନ ଅଫ ର‌୍ୟାଗିଂ ଆକ୍ଟ” କାହିଁକି ପ୍ରଣୟନ କରୁନାହାନ୍ତି ତାହା ଆଜି ସାଧାରଣରେ ପ୍ରଶ୍ନବାଚୀ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ମନ୍ତ୍ରୀ ପଦରେ ଅଛନ୍ତି କି ନାହିଁ ତାହା ଜନସାଧାରଣ ଅନୁଭବ କରିପାରୁ ନାହାନ୍ତି । ସେ ନିଘୋଡ଼ ନିଦରେ ଶୋଇଛନ୍ତି । ତାଙ୍କର ଅବଧି ଆରମ୍ଭରୁ ର‌୍ୟାଗିଂର ମାତ୍ରା ୬୦ ପ୍ରତିଶତ ବୃଦ୍ଧି ହେବା ଦୁର୍ଭାଗ୍ୟଜନକ । ସେ ଏ ସମ୍ବଦ୍ଧରେ ମୁହଁ ବି ଖୋଲୁ ନାହାନ୍ତି ।

ଯଦି ସାରା ରାଜ୍ୟରେ କ୍ୟାମ୍ପସକୁ ଭୟମୁକ୍ତ କରିବାପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନକରନ୍ତି ତେବେ ତାଙ୍କୁ ଭୁବନେଶ୍ୱରରେ ଏବଂ ରାଜ୍ୟସାରା ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ନୱାଜ ଚେତାବନୀ ଦେଇଛନ୍ତି । ଯେହେତୁ ଆଂଟିର‌୍ୟାଗି ସେଲ ସଶକ୍ତ ଓ ସକ୍ରିୟ ନାହିଁ ତେଣୁ ପ୍ରତିଦିନ ଏଭଳି ଅପରାଧିକ ଘଟଣା କ୍ୟାମ୍ପସରେ ଘଟୁଛି । ଏହାର ସଚେତନତା ହେଉନାହିଁ କିମ୍ବା କଲେଜ କାନ୍ଥରେ ଟୋଲ ଫ୍ରି ନମ୍ବର ବି ଲେଖାଯାଇ ନାହିଁ । ଆଂଟି ର‌୍ୟାଗିଂ ସେଲରେ ସ୍ଥାନୀୟ ଥାନା, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବି, ଅଭିଭାବକ, ସାମ୍ବାଦିକ ପ୍ରମୁଖ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ବିଶେଷ ରହିଲେ ଏହା ର‌୍ୟାଗିଂ ରୋକିବା ପାଇଁ ସମର୍ଥ ହୋଇ ପାରିବ । ର‌୍ୟାଗିଂ ପ୍ରବଣ ଶିକ୍ଷାନୁଷ୍ଠାନକୁ ଚିହ୍ନଟ କରାଯାଇ ଏହା ଉପରେ ସତର୍କ ନଜର ରଖାଯାଉ । ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ସୁନିଲ ମାଟିଆ, ସାଧାରଣ ସଂପାଦକ ରଞ୍ଜିତ ସେନାପତି, ସାଗର ପଟ୍ଟନାୟକ, ମୁଖପାତ୍ର ଶ୍ରୀ ମହାନ୍ତି, ସ୍ନେହା ଜେନା ଓ ସମିର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version