୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଚାଷୀଙ୍କୁ ଜଙ୍ଗଲ ଯାତଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବା ସହିତ ଗ୍ରାମ୍ୟ ମହିଳା ମାନଙ୍କୁ ରୋଜଗାର ପନ୍ଥା ଦେଖାଇବା ଉଦ୍ୟେଶ ରେ ଚଳିତ ବର୍ଷ ଟି.ଡ଼ି.ସି.ସି ଗ୍ରାମରେ ଥିବା ମହିଳା ସୟଂସହାୟିକା ଦଳ ଓ କୃଷକ ଉତ୍ପାଦନ କମ୍ପାନୀ ମାଧ୍ୟ୍ୟମରେ ତେନ୍ତୁଳି କ୍ରୟ କରିଥିଲା l କିନ୍ତୁ ଟି.ଡ଼ି. ସି. ସି ର ଶାଖା ପରିଚାଳକ ତେନ୍ତୁଳି କ୍ରୟ ସମୟରେ ନୂଆଗଡ ବ୍ଲକ ର ନିଦ୍ଧିଷ୍ଟ ଏକ ଦଲାଲ ଜରିଆରେ ମହିଳା ସୟଂ ସହାୟିକା ଦଳକୁ ଚୟନ କରିଛନ୍ତି ଓ ବାହାର ରାଜ୍ୟରୁ ତେନ୍ତୁଳି ଆଣି ଶୀତଳ ଭଣ୍ଡାରରେ ରଖିଛନ୍ତି l ବର୍ତମାନ ଶୁଣିବାକୁ ମିଳୁଛି ଶୀତଳ ଭଣ୍ଡାରରେ ଥିବା ତେନ୍ତୁଳି ପୋକଡା ହୋଇଯାଇଚ୍ଛି ଓ ପାରଳାଖେମୁଣ୍ଡି ସ୍ଥିତ ଯେଉଁ ଦଲାଲ ମାଧ୍ୟମରେ ସେହି ତେନ୍ତୁଳି କିଣାଯାଇଚ୍ଛି ସେହି ଦଲାଲ ହିଁ କମ ଦରରେ ଅପସନ କରିଚ୍ଛି କିନ୍ତୁ ମାଲ ଉଠାଉନାହିଁ l
ଏଠାରେ ପ୍ରଶ୍ନ ଉଠୁଛି ଯେ ବିଏମ ମହାଶୟ ଏଫ. ଏ. କ୍ୟୁ. ମାନର ତେନ୍ତୁଳି କରିଥିଲେ ଓ ଶୀତଳ ଭଣ୍ଡାରରେ ରଖିବା ପୂର୍ବରୁ ଭଣ୍ଡାର ଯାଞ୍ଚ ବି କରିଥିଲେ ହେଲେ ମାସେ ଦୁଇ ମାସରେ ତେନ୍ତୁଳି ପୋକରା ହେଲା କେମିତ l ଏହି ବିଷୟରେ ଆର. ଉଦୟଗିରି ବିଏମ ଟି.ଡ଼ି. ସି. ସି ସହ ଯୋଗାଯୋଗ କରି ତଥ୍ୟ ମଗା ଯାଇଥିଲା କିନ୍ତୁ ମହାଶୟ ତିନି ମାସହେଲା ଆର. ଉଦୟଗିରି ଅଫିସରେ କେବେ ରହୁନାହାନ୍ତି ଫୋନ କଲେ ଚନ୍ଦ୍ରଗିରି ଆସ କଥାହେବା କହୁଛନ୍ତି l ବିଶେଷ ସୂତ୍ରରୁ ଜଣା ଯାଉଛିଯେ ଏହି ମହାଶୟ ଅନ୍ୟ ଜିଲ୍ଲା ରେ କାଯ୍ୟ କରୁଥିବା ବେଳେ ଗାଡ଼ିରେ ଟଙ୍କା ନେଇ ଘରକୁ ଯିବା ସମୟରେ ଦୁର୍ନୀତି ବିଭାଗ ଦ୍ୱାରା ଧାରା ପଡ଼ିଥିଲେ l
ସେ ମହାଶୟଙ୍କ ଅବସର ହୋଇସାରିଛି କିନ୍ତୁ କିଛି ଉପର ଅଫିସର ଙ୍କୁ ହାତଗୁଞ୍ଜା ଦେଇ ଏହି ଭଳି କାମକରିବାପାଇଁ ପୁନଃ ନିଯୁକ୍ତି ପାଇ ଛନ୍ତି ଓ ଏହାର ଅବଧି ମଧ୍ୟ ବୃଦ୍ଧି କରିବାକୁ ଏକ ଅନୁରୋଧ ପତ୍ର ଉପରିସ୍ଥ ଅଫିସର ଙ୍କୁ ପ୍ରେରଣା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି l ତେଣୁ ଏହି ମହାଶୟଙ୍କ କ୍ରୟ ବିକ୍ରୟ ତର୍ଜମା ଦୁର୍ନୀତି ବିଭାଗ ଦ୍ୱାର କରାଗଲେ ପ୍ରକୃତ ସତ୍ୟା ସତ୍ୟା ଲୋକଲୋଚନ କୁ ଆସିବ ସହିତ ପ୍ରକୃତ ଚାଷୀ ଉପକୃତ ହୋଇପାରିବେ l ଏହି ଭଳି ଆହୁରି ଅନେକ ସା୍ଘାତିକ ଦୁର୍ନୀତି ରେ ଜଡିତ ଥିବା କଥା ଚର୍ଚ୍ଚା ହେଉଛି ଏଣୁ ଏହାର ପ୍ରମାଣ ସଂଗ୍ରହ କରାଯାଇ ପରବର୍ତୀ ଖବର ପ୍ରକାଶ କରାଯିବ l ଏହି ବିଷୟ ନେଇ ଆର, ଉଦୟଗିରି ଟି. ଡି. ସି.ସି.ର ପରିଚାଳକ ରିବିନ୍ଦ୍ର କୁମାର ପରିଡା ସହ ଯୋଗାଯୋଗା କରିବାରୁ ସେହିପରି କୌଣସି ଦୁର୍ନୀତି ହୋଇନାହିଁ ସରକାରଙ୍କ ନିୟମପ୍ରକାର କରାଯାଛି ।

© 2023 Odisha Taza News.