No Result
View All Result

୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ବ୍ଲକ୍ ନୂତନ ପେନସନ ଯୋଜନା ଭୂକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ ଓ ପ୍ରତିବାଦ ସଭା କରାଯିବା ସହ ତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ନୂଆଗାଁ ବ୍ଲକ୍ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ନୂଆଗାଁ କଲେଜ ପଡ଼ିଆରେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ନୂତନ ପେନସନ ଭୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପ୍ରତି ବୈମାତୃକ ମନୋଭାବ ଉପରେ ସ୍ଲୋଗାନ ଦେଇଏକ ଶୋଭା ଯାତ୍ରାରେ ବାହାରି ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲେ ।
ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଘର ସଭାପତି ସୁଧୀର କୁମାର ପ୍ରଧାନ,ସମ୍ପାଦକ ନରେନ୍ଦ୍ର କୁମାର ବେହେରା, ନିମନ୍ତ୍ରିତ ଅତିଥି ଓଷ୍ଟା ରାଜ୍ୟ ସମ୍ପାଦକ ବିନାୟକ ପରିଡ଼ା,ଅଲ୍ ଓସ୍ତା ରାଜ୍ୟ ଯୁଗ୍ମ ସମ୍ପାଦକ କବିରାଜ ବିଶ୍ଵାଳ ,ଜିଲ୍ଲା ପ୍ରତିନିଧି ଗତିକୃଷ୍ନ ପ୍ରଧାନ,ସତ୍ୟ ନାରାୟନ ସାହୁ,ଉପ ସଭାପତି ଅଶୋକ ପଣ୍ଡା,ସରୋଜ ଆଚାରି, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ସାହୁ ମଞ୍ଚାସିନ ହୋଇ ପୁରୁଣା ପେନସନ,କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ,
ଚୁକ୍ତି ଭିତ୍ତିକ ପ୍ରଥାର ଉଚ୍ଛେଦ ସହ ୬ ବର୍ଷ ର ଶିକ୍ଷା ସହାୟକ ସମୟକୁ ମୂଳ ଚାକିରୀ ରେ ଗଣନା ଓ ୬ ଟି ଇନ୍କ୍ରିମେଣ୍ଟ ଆଦି ଦାବି ହାସଲ ହେବା ଉପରେ ଆଲୋଚନା କରିଥିଲେ । ତତ୍ ସହିତ ଆଗାମୀ ୨୭ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କେହି ରାଜଧାନୀ ରୁ ଫେରିବେ ନାହିଁ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ କହିଥିଲେ । ଏହି ଆନ୍ଦୋଳନ ଓ ପ୍ରତିବାଦ ସଭାରେ ୨୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ ।

No Result
View All Result