୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଗସ୍ତକ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ସହ ନିରୀକ୍ଷଣ କଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ପ୍ରଥମେ ନୂଆଗଡ଼ର ମଣ୍ଡଳ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଉଦ୍ଘାଟନ କରିବା ସହ ସେଠାକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେଉଥିବା ମିନି ଷ୍ଟଡିୟମ, କିଚରଲଙ୍ଗ ଜଳପ୍ରପାତ, ଅଗ୍ନିଶମର ରାସ୍ତା, କୋକିଶିଂ ପୋଖରୀ ପରିଦର୍ଶନ କରି ନିରୀକ୍ଷଣ କତିଥିଲେ।
ତତ୍ପରେ ଲକ୍ଷ୍ମୀ ନୃସିଂହ ନୋଡାଲ ୫ଟି ବିଦ୍ୟାଳୟ ଯାଇ ସ୍କୁଲର ଯାଇ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ କମିଟି ସଦସ୍ୟ ,ପିଆରଆଇ ମେମ୍ବର ମାନଙ୍କ ସହ ୫ଟି ସ୍କୁଲ ରୂପାନ୍ତରିତ ବିଷୟରେ ଆଲୋଚନା କରିଥିଲେ। କିନ୍ତୁ ବିଳମ୍ବ ହେତୁ ଦୂର ଦୁରାନ୍ତ ରୁ ଆସିଥିବା ସରପଞ୍ଚ, ସମିତିସଭ୍ୟ ସଭ୍ୟା ସମେତ ବ୍ଲକ ଅଧକ୍ଷା,ଜିଲ୍ଲା ପରିଷଦ ମାନେ ବୈଠକରେ ଯୋଗ ନଦେଇ ଚାଲିଯାଇଥିବା ଦେଖିବାକୁ ମିଳିଥିଲା।
ଶେଷରେ ସେଠାକାର ହିଥିବ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ବିଜ୍ଞାନଗାର, କମ୍ପ୍ୟୁଟର ଲ୍ୟାବ ସବୁ ବୁଲି ଦେଖି ଥିଲେ ଜିଲ୍ଲାପାଳ। ଜିଲ୍ଲା ପାଳଙ୍କୁ ବ୍ଲକର ଅସ୍ଥାୟୀ କର୍ମଚାରୀ ମାନେ ଦାବିପତ୍ର ଦେବା ସହ ଲକ୍ଷ୍ମୀ ନୃସିଂହ ନୋଡାଲ ବିଦ୍ୟାଳୟ ଠାରେ ଶୌଚାଳୟ ଠାରେ ପାଣିର ସମସ୍ୟା ନେଇ ଅଭିଭାବକ ବମାନେ ଦାବି ଜଣାଇଲେ।
ଗସ୍ତ ସମୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରୋମଞ୍ଚଳ ଖମାରୀ, ଜିଲ୍ଲା ଏସଡିସି ଅଧ୍ୟକ୍ଷା ମରିଅମ ରଇତ, ବିଡିଓ ଅନୁପ ଅଭିଷେକ ବେହେରା ତହସିଲଦାର କୁରେଶ ଚନ୍ଦ୍ର ଜାନୀ,ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ, ରାଜସ୍ବ ନିରୀକ୍ଷକ ବାଳରାଜ ସାହାଣୀ, ଏଇଇ ପଦ୍ୟୁମାନ ଦାସ ଉପସ୍ଥିତ ଥିଲେ।

© 2023 Odisha Taza News.