୧୮ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ନୁଆଗଡ ବ୍ଲକର ଦୋଘରିଆ ସ୍ଥିତ ଟିଆର୍ଡବ୍ୟ୍ଲୁ ସରକାରୀ ଉର୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରିୟ ସରିଗିଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ନାୟନ କୁମାର ମଣ୍ଡଳ ଯୋଗ ଦେଇଥିବା ବେଳେ ବ୍ଲକ୍ ମଙ୍ଗୁଳ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ କୁମାର ଲେଙ୍କା, ପ୍ରଧାନଶିକ୍ଷକ ପଦ୍ମଲୋଚନ ନାୟକ, ସିଆର୍ସିସି ପ୍ରମୁଖ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ ।
କଲ୍ୟାଣ ବିଭାଗ ଅଧୀନସ୍ଥ ବ୍ଲକର ଏନ୍.ଝାଲରସିଂ ଅତରସିଂ, ଟଟରଙ୍ଗ, ଲିଅବ, ଏବଂ ଦୋଘରିଆ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କନିଷ୍ଠ ଏବଂ ବରିଷ୍ଠ ବିଭାଗ ୧୪ଟି ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥି୍ଲା । ଶତାଧିକ ପ୍ରତିଯୋଗୀତା ଏଥିରେ ଅଂଶଗ୍ରହଣ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଶ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନଛୁଆ ହୋଇଥି୍ଲା । ଏହିକାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ପରିଚାଳନ କରିଥିଲେ ।















