୧୮ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ଓଡିଶା ଆଉଟସୋସିଂ କର୍ମଚାରୀ ସଂଘର ଆହାନକ୍ରମେ ଆନ୍ଦୋଳନ ଚାଲିଥିବା ପରିସରରେ ଆଜି ନୁଆଗଡ କ୍ଲକରେ କାର୍ଯ୍ୟରତ କର୍ମଚାରୀ ମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାଜ୍ୟରେ ସରକାରୀ ନିୟୁକ୍ତିରେ ଠିକା ବ୍ୟବସ୍ଥା ଉଛେଦ ଭଲି ଆଉଟସୋସିଂ ବ୍ୟବସ୍ଥା ଉଛେଦ,
ରାଜ୍ୟରେ ଥିବା ସମସ୍ତ ଆଉଟସୋସିଂ କର୍ମଚାରୀଙ୍କୁ ଅବିଳମ୍ବେ , ସ୍ଥାୟୀ କରିବା, ସରକାର ପୂର୍ବରୁ ଘୋଷଣା କରିଥିବା ୧୨ଟି ସବୈତନିକ ଛୁଟିକୁ ତୁରନ୍ତ ଲାଗୁ କରିବା ଭଲି ବିଭିନ୍ନ ଦାବି ନେଇ ଆଉଟସୋସିଂ କର୍ମଚାରୀମାନେ ମୁଖ୍ୟମନ୍ତୀଙ୍କ ଉଦ୍ଦେଶ୍ୟରେ ବିଡିଓ ଅନୁପୁ ଅଭିଷେକ ବେହେରାଙ୍କୁ ସ୍କରକପତ୍ର ପ୍ରଦାନ କରିଛନ୍ତି ।















