• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ମାନସିକ ସୁସ୍ଥତା ଉପରେ ଆନ୍ତର୍ଜାତିକ ଆଲୋଚନାଚକ୍ର

Proprietor Abhimanyu Maharana by Proprietor Abhimanyu Maharana
November 16, 2022
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ମାନସିକ ସୁସ୍ଥତା ଉପରେ ଆନ୍ତର୍ଜାତିକ ଆଲୋଚନାଚକ୍ର
Share on FacebookShare on TwitterWhatsapp

୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) କାନବେରା :- ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ମୁକୁନ୍ଦାନନ୍ଦଙ୍କର ଭାବଗର୍ଭକ ପ୍ରବଚନରେ ବିଶ୍ଵଭରି ଶ୍ରୋତାଗଣ ନିକଟରେ ଅଭିଭୂତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା। ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ୍) ଦ୍ଵାରା ଆୟୋଜିତ ” ମାନସିକ ସୁସ୍ଥତା ପ୍ରତିଷ୍ଠା ” ଶୀର୍ଷକ ଆନ୍ତର୍ଜାତିକ ଆଭାସି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍ୱାମୀଜୀ, ମନର ମନସ୍ତାତ୍ତ୍ୱିକ ସତେଜତାର ବିଭିନ୍ନ ଦିଗ ଉପରେ ବିଶଦ ଭାବେ ଆଲୋକପାତ କରିଥିଲେ। ଏହି ୱେବିନାରରେ ଅଷ୍ଟ୍ରେଲିଆର ସମସ୍ତ ପ୍ରଦେଶର ଓରିଓଜ ସଦସ୍ୟ ଗଣ, ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ପ୍ରବାସୀ ଓଡ଼ିଆ ନେତୃବୃନ୍ଦ, ୱାର୍ଲଡ ଓଡ଼ିଶା ସୋସାଇଟିର ସଦସ୍ୟ ଏବଂ ମାନ୍ୟଗଣ୍ୟ ପ୍ରବାସୀ ଭାରତୀୟ ମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ।ବିକାରଗ୍ରସ୍ତ ମସ୍ତିଷ୍କକୁ ଠିକ୍ କରିବା ଉଦ୍ଦେଶ୍ୟରେ ସ୍ୱାମୀଜୀ ସକାରାତ୍ମକ ବିଚାର ଉଦ୍ରେକ ପାଇଁ ତିନି ଦଫାର ନିଦାନ ସୁପାରିଶ କରିଥିଲେ। ପ୍ରଥମରେ ନକାରାତ୍ମକ ଚିନ୍ତାଧାରାକୁ ପ୍ରଶୟ ନଦେଇ ଏହାଠାରୁ ଦୁରତ୍ଵ ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ। ଦ୍ଵିତୀୟରେ ଯେତେଦୂର ସମ୍ଭବ ମନରୁ ନିରାଶାବାଦକୁ ଦୂର କରି ଏହାର ବିକଳ୍ପ ପନ୍ଥା ଅନୁସରଣ ଓ ଅବଲମ୍ବନ କରିବାକୁ ସେ ମତ ପ୍ରକାଶ କରିଥିଲେ। ସବାଶେଷରେ ମନ ମଧ୍ୟକୁ କ୍ରମାଗତ ଭାବେ ବାରମ୍ବାର ସାକାରାତ୍ମକ ଚିନ୍ତାମାନଙ୍କୁ ଆଣି ବିଷାଦଗ୍ରସ୍ତ ଭାବନାରେ ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣଛେଦ ପଡ଼ି ମନ ପ୍ରସନ୍ନ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ଜାରି ରଖିବାକୁ ସ୍ୱାମୀଜୀ ଉପଦେଶ ଦେଇଥିଲେ। ମାନସିକ ସ୍ଵଚ୍ଛତାର ବିକାଶ ସକାଶେ ଆଧ୍ୟାତ୍ମିକ ଓ ଯୋଗ ବିଜ୍ଞାନର ଆଶ୍ରୟ ନେବାକୁ ସେ କହିଥିଲେ। ଚିରନ୍ତନ ଶାନ୍ତି ଏବଂ ଶାଶ୍ଵତ ସନ୍ତୁଷ୍ଟି ହାସଲ କରିବା ପାଇଁ ପାରିପାର୍ଶ୍ବିକ ବାହ୍ୟ ପରିବେଶ ଓ ତତ୍କାଳୀକ ପରିସ୍ଥିତିର ପ୍ରଭାବରୁ ଉର୍ଦ୍ଧ୍ବରେ ରହି ନିଜର ଅନ୍ତର୍ନହିତ ବୌଦ୍ଧିକତା ଏବଂ ଆତ୍ମାଗତ ବିଚାରଶକ୍ତି ଜାଗ୍ରତ କରି ମନକୁ ନିୟନ୍ତ୍ରଣ କରିବାକୁ ସ୍ୱାମୀଜୀ ଆହ୍ବାନ ଜଣାଇଥିଲେ। ସ୍ୱାମୀଜୀଙ୍କର ଦୀର୍ଘ ଏକ ଘଣ୍ଟାର ପାଣ୍ଡିତ୍ୟପୂର୍ଣ୍ଣ ଓଜସ୍ଵିନୀ ଅଭିଭାଷଣରେ ଉପସ୍ଥିତ ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହେବା ସାଙ୍ଗକୁ ଭଗବତ ସତ୍ତାର ଅଦ୍ଭୁତତା ଓ ଅଲୌକିକତାର ସ୍ଵାଦ ସେମାନେ ଆସ୍ୱାଦନ କରିବା ଭଳି ଅନନ୍ୟ ଓ ଅବିସ୍ମରଣୀୟ ଅନୁଭୂତି ପ୍ରାପ୍ତ କରୁଥିବା ପରି ପ୍ରତୀୟମାନ ହୋଇଥିଲା। ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରି ଓରିଓଜର ସଭାପତି ଡଃ ନଳିନୀ ପତି ସମସ୍ତ ସଂଗଠକ, ଓରିଓଜର ସଦସ୍ୟଗଣ ଏବଂ ଶୁଭେଚ୍ଛୁ ସଂଗଠନ ମାନଙ୍କର ପ୍ରତିନିଧିଙ୍କୁ ସେମାନଙ୍କର ସାହାଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ କାନବେରାସ୍ଥିତ ଜଗନ୍ନାଥ ମନ୍ଦିରର ସମ୍ପାଦକ ଓ ଲିଭିଂ ବ୍ଲିସ୍ ସଂସ୍ଥାର ସଂସ୍ଥାପକ ତରୁଣ ଅଗସ୍ତି ଶାନ୍ତି ପାଠ କରିଥିଲେ। ଶ୍ରୀ ଅଗସ୍ତି ସ୍ବାମୀ ମୁକୁନ୍ଦାନନ୍ଦଙ୍କର ଆଧ୍ୟାତ୍ମିକ ଉତ୍କୃଷ୍ଟତାର ଭୂରିଭୂରି ପ୍ରଶଂସା କରିଥିଲେ। ସମାବେଶକୁ ସମ୍ବୋଧନ କରି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଓରିଓଜ ଓ ଏହାର କରିତକର୍ମା ସଭାପତି ଡଃ ନଳିନୀ ପତିଙ୍କୁ, ଏଭଳି ଏକ ସମୟୋପଯୋଗୀ ତଥା ଉପାଦେୟ ୱେବିନାର ଆୟୋଜନ କରିଥିବାରୁ ସାଧୁବାଦ ଜଣାଇଥିଲେ।ଅଂଶଗ୍ରହଣକାରୀ ମାନେ ଆଜିର ଚର୍ଚ୍ଚା ଆଲୋଚନା ଦ୍ଵାରା ବେଶ ଉପକୃତ ହୋଇପାରିବେ ବୋଲି ଶ୍ରୀ ଦ୍ବିବେଦୀ ଆଶାପ୍ରକଟ କରିଥିଲେ। ଡଃ ନଳିନୀ ପତିଙ୍କ ଦ୍ଵାରା ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ମାନସିକ ସୁସ୍ଥତା ସମ୍ପର୍କରେ ପ୍ରଦାନ କରାଯାଇଥିବା ଦୀକ୍ଷାନ୍ତ ଭାଷଣ ୱେବ ଅଧିବେଶନର ସ୍ଵତନ୍ତ୍ର ଆକର୍ଷଣ ଥିଲା। ଜଣେ ପ୍ରତିଷ୍ଠିତ ଚିକିତ୍ସାବିତ ଭାବରେ ଆନ୍ତର୍ଜାତିକ ସ୍ତରରେ ଖୁବ ସୁନାମ ଅର୍ଜନ କରିଥିବା ଡଃ ପତି, ତାଙ୍କର ବକ୍ତବ୍ୟରେ ମସ୍ତିଷ୍କ ଉର୍ବରତା ସମ୍ବନ୍ଧୀୟ ଡାକ୍ତରୀ ବ୍ୟାଖ୍ୟାକରଣର ବିଭିନ୍ନ ଦୃଷ୍ଟିକୋଣ ସମ୍ପର୍କରେ ବେଶ ପ୍ରାଞ୍ଜଳ ଓ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ମାନସିକ ବିକାରର ଉତ୍ପତ୍ତି ଏବଂ ସମଗ୍ର ଶରୀର ଉପରେ ଏହାର ଘୋର କୁପ୍ରଭାବ ସମ୍ପର୍କରେ ଡଃ ପତି ଟିକିନିଖି ଭାବେ ଆଲୋଚନା କରିଥିଲେ।ବିଶେଷକରି କୋଭିଡର ପରବର୍ତ୍ତୀ ପର୍ଯ୍ୟାୟରେ ଏହି ବିପଦଜନକ ବେମାରୀର ଭୟାବହତା ଏବଂ ଏଥିରୁ ନିଷ୍କୃତି ପାଇବାର ଉପାୟ ଉପରେ ସେ ଦୃଷ୍ଟିପାତ କରିଥିଲେ। ଡଃ ପତିଙ୍କ ଭାଷାରେ, ମଣିଷ ଶରୀର ମାନସିକ ଚାପକୁ ସ୍ୱଳ୍ପକାଳ ପାଇଁ ବରଦାସ୍ତ କରିପାରିଥାଏ। ଏହା ଅଧିକ ଦିନ ଧରି ଲାଗି ରହିଲେ ମାରଣାତ୍ମକ ସ୍ଥାପିତ ହୋଇଥାଏ। କେବଳ ମାନସିକ ଅସନ୍ତୋଷ ୩୩% ହୃଦଘାତର ସମ୍ଭାବନାକୁ ବଢାଇ ଦେଇଥାଏ। ସୁତରାଂ ମସ୍ତିଷ୍କଗତ ସ୍ଵାସ୍ଥ୍ୟବସ୍ଥାକୁ ଉତ୍ତମ ଭାବରେ ପରିଚାଳନା କରି ଉନ୍ନତମାନର ମାନସିକ ସୁସ୍ଥତା ହାସଲ କରାଯାଇ ପାରିଲେ ଶରୀରରେ ଉତ୍ପାଦକ ଶକ୍ତି ବୃଦ୍ଧି ପାଇବା ସହିତ ମଣିଷର ଆଭିମୁଖ୍ୟ ଶାଣିତ ଏବଂ ସବୁସ୍ତରରେ ପ୍ରଦର୍ଶନ ଉଚ୍ଚକୋଟୀର ଗୁଣବତ୍ତା ସମ୍ପନ୍ନ ହେବା ନିଧାର୍ଯ୍ୟ ବୋଲି ଡଃ ପତି ସୂଚାଇ ଥିଲେ।ରାଉରକେଲା ସ୍ଥିତ ଇ.ଏସ.ଆଇ ଡାକ୍ତରଖାନାର ମୁଖ୍ୟ ଡଃ ଅର୍ଚ୍ଚନା ବାରିକ ସମଗ୍ର ଡିଜିଟାଲ ମଞ୍ଚକୁ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଉପସ୍ଥିତ ବରେଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବାଦଲ ପାଢ଼ୀ, ତାପସ ସେନାପତି, ବିଘ୍ନରାଜ ମହାନ୍ତି ଏବଂ ପ୍ରିତିଶ ରଂଜନ ଦାଶ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଏହି ୱେବିନାରର ବ୍ୟାପକ ସଫଳତା ପଛରେ ଅଜୀତ ମୁଦ୍ଦୁଲି, ଆୟୁଷ ତ୍ୟାଗୀ ଏବଂ ଓରିଓଜର କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version