No Result
View All Result
୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ) କଟକ :- ବୁଧବାର ପ୍ରଥମାଷ୍ଟମୀ, କାଳିଆ ସାଆନ୍ତ ହେବେ ପଢୁଆଁ । ଏଥିପାଇଁ ଆଜି ମାମୁଁ ଘରୁ ଯାଇଛି ପଢୁଆଁ ଭାର । ମାର୍ଗଶିର କୃଷ୍ଣପକ୍ଷ ଅଷ୍ଟମୀ ଅର୍ଥାତ୍ ପ୍ରଥମାଷ୍ଟମୀ । ଏହି ଦିନରେ ଘରର ଜ୍ୟେଷ୍ଠ ସନ୍ତାନକୁ ବନ୍ଦାପନା କରାଯାଇ, ନୂତନ ବସ୍ତ୍ର ପିନ୍ଧାଯାଏ । ଏହି ନିତି ଅନୁସାରେ ପୁରୀ ଜଗନ୍ନାଥ ମନ୍ଦିରରେ , ଶ୍ରୀଜିୟୁଙ୍କର ହୋଇଥାଏ ପଢୁଆଁ ନୀତି କାନ୍ତି । କଟକ ଜିଲ୍ଲା ନିଆଳି ମାଧବ ଗ୍ରାମରେ ରହିଛି ଜଗନ୍ନାଥଙ୍କ ମାମୁଁ ଘର ।
ଏହି ପ୍ରବିତ୍ର ପୀଠରେ ପୂଜା ପାଉଛନ୍ତି ମାଧବାନନ୍ଦ ଜୀୟୁ । କାଳିଆ ସାନ୍ତଙ୍କ ପ୍ରଥମା ଅଷ୍ଟମୀ ପାଇଁ, ମାଧବାନନ୍ଦ ଜୀୟୁ ମନ୍ଦିରରୁ ପ୍ରଥମାଷ୍ଟମୀ ପଢୁଆଁ ଭାର ଗଲା ଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରକୁ । ପ୍ରଥମା ଅଷ୍ଟମୀ ଭାର ଗଲାବେଳେ, ଝାଞ୍ଜ,କିର୍ତ୍ତନ,ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ମାଧବାନନ୍ଦ ଜୀୟୁ ପରିସର । ହଜାର ହଜାର ଭକ୍ତ ସାମିଲ ହୋଇଥିଲେ ଏହି ଶୋଭାଯାତ୍ରାରେ । ପ୍ରଥମାଷ୍ଟମୀ ପୀଠା ପାଇଁ, ବାହୁଙ୍ଗି ଭାରରେ ବୋହି ନେଉଥିଲେ , ଖଣ୍ଡୁଆ ପାଟ, ତୁଳସୀ,ନଡ଼ିଆ, ବିରି, ଅରୁଆ ଚାଉଳ, ପାଚିଲା କଦଳି, ଗୁଆଘିଅ, ଗୁଡ ।
ପୂଜା ପାଇଁ ବିଭିନ୍ନ ପ୍ରକାରର ଫୁଲ ଏବଂ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ପ୍ରକାରର ଫଳ ମୂଳ, ଶ୍ରୀମନ୍ଦିରର ସେବାୟତଙ୍କୁ ପ୍ରଦାନ କରିଯିବ । ମହାପ୍ରଭୁଙ୍କ ଅବକାଶ ଓ ଧୂପରେ ପଢୁଆଁ ବସ୍ତ୍ର ଲାଗି ହେବ । ଏବଂ ମାଧବାନନ୍ଦ ଜୀୟୁ ମନ୍ଦିରରୁ ଯାଇଥିବା ପୀଠା ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯିବ । ରାତି ପାହିଲେ ପଢୁଆଁ ହେବେ ପ୍ରଭୁ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ । କୁହାଯାଏ ଜଗନ୍ନାଥଙ୍କ ମାମୁଁ ଘର ମାଧବ ଗ୍ରାମର ଅବସ୍ଥିତ ମାଧବାନନ୍ଦ ଜୀୟୁ । ଏହି ପରମ୍ପରା ବହୁ ପ୍ରାଚିନ । ପୂର୍ବରୁ ହଳ ବଳଦ ସାହାର୍ଯ୍ୟ ମାଧବାନନ୍ଦ ଜୀୟୁ ମନ୍ଦିରରୁ ପ୍ରଥମାଷ୍ଟମୀ ଭାର ଭଣଜା ଜଗନ୍ନାଥଙ୍କ ନିକଟକୁ ଯାଉଥିଲା ।
କିଛି ବର୍ଷ ବନ୍ଦ ପରେ ପୁଣି ଥରେ ଆରମ୍ଭ ହୋଇଛି ପଢୁଆଁ ଭାର ପରମ୍ପରା । ଏହି ପଢୁଆଁ ଭାର ପରମ୍ପରାରେ ମାଧବାନନ୍ଦ ଜୀୟୁ ମନ୍ଦିରର ସେବାୟତ, ମାଧବାନନ୍ଦ ଟ୍ରଷ୍ଟ ନିଯୋଗ ଓ ସ୍ଥାନୀୟ ଲୋକ ମାନଙ୍କ ପକ୍ଷରୁ ପଢୁଆଁ ଭାର ପୁନର୍ବାର ଆରମ୍ଭ ହୋଇଛି । କଟକ ନିଆଳି ମାଧବାନନ୍ଦ ମନ୍ଦିର ପରିସରରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ ।


No Result
View All Result