
୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧି ସଦଭାବନା ଗୃହରେ ଜିଲ୍ଲାପାଳ ଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ,ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପଇ,ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର,ବିଡ଼ିଓ ପ୍ରମୋଦ କୁମାର ନାୟକ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
୧୦୯ ଟି ଆପତ୍ତି ଅଭିଯୋଗ ଆସିଥିବା ବେଳେ ୧୦୫ ଟି ନିଜସ୍ୱ ଅଭିଯୋଗ , ଦୁଇଟି ଗ୍ରାମ୍ୟ ସମସ୍ୟା ଏବଂ ଦୁଇଟି ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ରାଶି ଥିବା ଜଣା ପଡିଛି। ରେସନ କାର୍ଡ ରେ ପରିବାର ରୁ ବାଦ୍ ପଡ଼ିଥିବା ହିତାଧିକାରୀ ଙ୍କୁ ରେସନ୍ କାର୍ଡ ରେ ଖୁବ ଶୀଘ୍ର ସଂଯୋଗ କରିବା ଏବଂ ଯୋଗ୍ୟ ହିତାଧିକାରୀ କିପରି ବିଭିନ୍ନ ଯୋଜନା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବାହାଡ଼ ଝୋଲା ଗ୍ରାମ ପଞ୍ଚାୟତ ଘଡେ଼ଇ ବନ୍ଧ ଗ୍ରାମ ର ଦିବ୍ୟାଙ୍ଗ ଗୋବର୍ଦ୍ଧନ ନାୟକ ଙ୍କୁ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରଘୁନାଥ ସାହୁ , ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅମରେନ୍ଦ୍ର ସାହୁ ଏବଂ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାଧୁଚରଣ ସାହୁ ପରିଚାଳନା କରିଥିଲେ।














