No Result
View All Result
୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) ପଦ୍ମପୁର :- ପଦ୍ମପୁର ଉପ ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ପଦ୍ମପୁର ଉପ ଜିଲ୍ଲାପାଳ ତଥା ରିଟନି° ଅଫିସର ଙ୍କ କିର୍ଯ୍ୟାଳୟ ସମ୍ମୁଖରେ ଚାଷୀ ମାନଙ୍କ ଆନ୍ଦୋଳନ ଯୋଗୁଁ ଶ୍ରୀ ପୁରୋହିତ ନାମାଙ୍କନପତ୍ର ଦାଖଲ କରିନଥିଲେ ।
ଶସ୍ୟ ବୀମା ପ୍ରଦାନ ଦାବିରେ ଦିନରୁ ଆନ୍ଦୋଳନ ଚଳାଇ ଆସୁଥିବା ଚାଷୀ ଙ୍କ କଥା ଏପର୍ଯ୍ୟନ୍ତ କୋୖଣସି ସରକାର ଶୁଣି ନାହାଁନ୍ତି । ଏହାର ପ୍ରତିବାଦରେ ଚାଷୀଙ୍କ ପକ୍ଷରୁ ଉପ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଆଜି ପ୍ରଦୀପ ପୁରୋହିତ ନାମାଙ୍କନପତ୍ର ଦାଖଲ କରିବା ପାଇଁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।

No Result
View All Result