୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଉଲିକୁପା ଉଚ୍ଚ ବିଦ୍ୟାଳୟରେ ନବ ନିର୍ମାଣ ହୋଇଥିବା ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସର ଉଦଘାଟନ ହୋଇଛି। ନର୍ଲା ବିଧାୟକ ଭୂପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ଆଦିବାସୀ ସଂସ୍ଥା ଅଧିକାରୀ ବିରଞ୍ଚିନାରାୟଣ ଦରୁଆନ, ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦାନ କରି ଛାତ୍ରୀ ନିବାସର ଶୁଭ ଉଦ୍ଘାଟନ କରିଥିଲେ।
ସଭାରେ ଅତିଥିବୃନ୍ଦ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କୁ ଉଦବୋଧନ ଦେଇ ପଛୁଆ ଅଞ୍ଚଳର ଆଦିବାସୀ ଛାତ୍ରୀମାନେ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀଶଙ୍କର ନାଏକ, ବିଦ୍ୟାଳୟ ପରିଚାଳନା କମିଟିର ଦେବେନ୍ଦ୍ର ଶବର, ଉଲିକୁପା ସରପଂଚ ଦୀପାଞ୍ଜଳୀ ଶବର, ସମିତି ସଦସ୍ୟା ନିଲାନ୍ଦ୍ରୀ ସାହୁ, ନାଏବ ସରପଞ୍ଚ ରିତା ମାଝୀ, ପୂର୍ବତନ ସରପଞ୍ଚ ଆନନ୍ଦ ମାଝୀ, ଶିକ୍ଷକ ପର୍ଶୁରାମ ସାହୁ, ଦମୟନ୍ତୀ ମାଝୀ, ଚନ୍ଦ୍ରିକା ରଣା, ଶିକ୍ଷକ ଗଙ୍ଗାନାରାୟଣ ଦାଶ, ବିକ୍ରମ ମହାପାତ୍ର ପ୍ରମୁଖ ସହ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।
© 2023 Odisha Taza News.