

୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) :- ସ୍ଥାନୀୟ ଖଣ୍ଡପଡାରୋଡସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ” ଶିଶୁ ହସିଲେ ଦୁନିଆ ହସେ” କାର୍ଯ୍ୟକ୍ରମ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ଯାଳୟର ବରିଷ୍ଠ ଶିକ୍ଷକ ଜନାର୍ଦ୍ଦନ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସର୍ବପ୍ରଥମେ ଆଜି ଦିବସର ମାହାତ୍ମ୍ଯ ଓ କାହିଁକି ଆମେ ଶିଶୁ ଦିବସ ପାଳନ କରୁଛୁ ସହିତ ଶିଶୁଟିଏ ହସିଲେ ଦୁନିଆ ହସେ ବୋଲି ସଂପାଦକ ଶ୍ରୀଯୁକ୍ତ ସାହୁ ଉଦବୋଧନ ଦେଇଥିଲେ ।
ତାପରେ ଛାତ୍ରଛାତ୍ରୀ ମାନେ ଶିଶୁ ଦିବସ ବିଷୟରେ ଭାଷଣ ପରଷିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ୫୦୦ ଶିଶୁ ସମବେତ ହୋଇଥିଲା ବେଳେ ୧୨୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବେଶରେ ବେଶ ହୋଇ କୌତୁକିଆ ପୋଷାକ ଓ ଏକକ ଅଭିନୟ ଆଦି ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କର ପୂର୍ଣ୍ଣ ସହଯୋଗ ରେ କାର୍ଯ୍ୟକ୍ରମ ଟି ସରସସୁନ୍ଦର ହୋଇ ପାରିଥିଲା ।


© 2023 Odisha Taza News.