• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗିନିଜ୍ ବୁକ୍ ରେକର୍ଡଧାରି ଦିବ୍ୟାଙ୍ଗ ଜଳ ପରୀ ଙ୍କୁ ବହୁଳ ସମ୍ବର୍ଦ୍ଧନା

Proprietor Abhimanyu Maharana by Proprietor Abhimanyu Maharana
November 14, 2022
in ଓଡ଼ିଶା, କ୍ରୀଡ଼ା, ଖୋର୍ଦ୍ଧା, ହୋମ୍
0
ଗିନିଜ୍ ବୁକ୍ ରେକର୍ଡଧାରି ଦିବ୍ୟାଙ୍ଗ ଜଳ ପରୀ ଙ୍କୁ  ବହୁଳ ସମ୍ବର୍ଦ୍ଧନା
Share on FacebookShare on TwitterWhatsapp

ଭେଟେରାନ୍ସ କ୍ଲବ ଓଡ଼ିଶାର ଅନନ୍ୟ ପ୍ରୟାସ : ଚିଲିକାରୁ ଜଳପରୀ ମାଧ୍ୟମରେ ଦେଲେ ବିବିଧ ବାର୍ତ୍ତା 

୧୩ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ) ଚିଲିକା :- ଭେଟେରାନ୍ସ କ୍ଲବ ଓଡ଼ିଶା ସେନାବାହିନୀରୁ ଅବସରପ୍ରାପ୍ତ ସୈନିକମାନଙ୍କର ଏକ ଅନନ୍ୟ ସଙ୍ଗଠନ । ପ୍ରତି ବର୍ଷ କିଛି ବିଶେଷ ପ୍ରସଙ୍ଗ ଉପରେ ଗୋଟିଏ କାର୍ଯ୍ୟକ୍ରମ ସେମାନେ ଆୟୋଜନ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଭେଟେରାନ୍ସ କ୍ଲବ ଓଡ଼ିଶା ଚିଲିକାରେ ଏକ ନିରବଚ୍ଛିନ୍ନ ସନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ପକ୍ଷୀଙ୍କ ସୁରକ୍ଷା, ପର୍ଯ୍ୟଟନ ଓ ଚିଲିକାରେ ଜଳକ୍ରୀଡ଼ା ପାଇଁ ପ୍ରୋତ୍ସାହନ ସମେତ ବିଶ୍ୱ ବନ୍ଧୁତାର ବାର୍ତ୍ତା ପ୍ରସାରିତ କରିଛି ।ପୃଥିବୀ ପୃଷ୍ଠରେ ଏକ ଅନନ୍ୟ ହ୍ରଦ ଭାବରେ ପରିଚିତ ଚିଲିକାକୁ ପ୍ରାୟ ୧୪ଟି ଦେଶରୁ ନାନା ଜାତିର ପକ୍ଷୀ ଉଡ଼ି ଆସି ଏହି ଶୀତ ଋତୁରେ ଏକତ୍ରିତ ହୋଇଥାନ୍ତି । କାସ୍ପିଆନ ସାଗର ଉପକୂଳରୁ ଆରମ୍ଭ କରି ଇରାକ, ଇରାନ, ପାକିସ୍ତାନ, ଆଫଗାନିସ୍ତାନ, ଆଜରବାଇଜାନ, ଆର୍ମେନିଆ , ସାଇବେରିଆ, କାଜାକିସ୍ତାନ, ଉଜବେକିସ୍ତାନ୍, ଋଷିଆ, ୟୁକ୍ରେନ, ବୈକାଲ ହ୍ରଦ ଆଦି ଅଞ୍ଚଳରୁ ପକ୍ଷୀମାନେ ଏଠାକୁ ଉଡ଼ି ଆସନ୍ତି । ତିନି ମାସର ରହଣି ପରେ ସେମାନେ ପୁଣି ଥରେ ନିଜ ନିଜର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ପକ୍ଷୀ ମାନଙ୍କର ନିଜ ସ୍ଥାନ ଉପରୋକ୍ତ ଏହି ଦେଶମାନେ ପରସ୍ପର ମଧ୍ୟରେ କେବେ ସୀମା ସରହଦ ନେଇ ତ କେବେ ନିଜ ନିଜର ଅଲଗା ସଂସ୍କୃତିର ପ୍ରତିଷ୍ଠା ପାଇଁ ଯୁଦ୍ଧରେ ମାତୁଥିବା ବେଳେ ଏଇ ମୁକ ପକ୍ଷୀ ମାନଙ୍କର ଦୀର୍ଘ ତିନି ମାସ ଧରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଶିକ୍ଷିତ ମଣିଷ ସମାଜକୁ ଅନେକ କିଛି ଶିଖାଇ ଯାଏ ।

ଭିନ୍ନ ଭିନ୍ନ ଆକୃତିର ପ୍ରକୃତିର ପକ୍ଷୀ ପରସ୍ପର ଏକାଠି ହୋଇ ରହିପାରୁଥିବା ବେଳେ ଏକା ଭଳି ଦିଶୁଥିବା ମଣିଷ କିନ୍ତୁ କେବେ ଜାତି ନାଁରେ ତ କେବେ ଧର୍ମ ନାମରେ ତ କେବେ ଭୌଗୋଳିକ ସୀମା ପାଇଁ ଯୁଦ୍ଧରେ ପ୍ରବୃତ୍ତ ହେଉଛନ୍ତି । ଏଇ ସମଗ୍ର ମାନବ ସମାଜ ପାଇଁ ଏହା ଏକ ଗଭୀର ଆତ୍ମଚିନ୍ତନର ବିଷୟ । ଉପରୋକ୍ତ ବିଷୟବସ୍ତୁକୁ ବିଚାରକୁ ନେଇ ଭେଟେରାନ୍ସ କ୍ଲବ ଓଡ଼ିଶା ଏକକ କାର୍ଯ୍ୟକ୍ରମ ମାଧ୍ୟମରେ ବିବିଧ ବାର୍ତ୍ତା ଦେବାର ପ୍ରୟାସ କରି ଆଜି ଭୋର ୫ଟା ୪୦ ମିନିଟରେ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଆଇଏନଏସ୍ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନ୍ ପ୍ରଦୀପଙ୍କ ମାଧ୍ୟମରେ ସବୁଜ ପତାକା ଦେଖାଇ ସନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଦୀର୍ଘ ସାତ ଘଣ୍ଟା ଧରି ଚିଲିକା ବକ୍ଷରେ ନିରବଚ୍ଛିନ୍ନ ସନ୍ତରଣ ପରେ ସୁଶ୍ରୀ ଜିୟା ରାୟଙ୍କୁ ଉତ୍ସାହର ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଇଂ ତୁଷାରକାନ୍ତି ବେହେରା ଜିୟାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ଭେଟେରାନ୍ସ କ୍ଲବ ଓଡ଼ିଶାର ସଭାପତି ଭେଟେରାନ୍ ବିଦ୍ୟାଧର ନାୟକ ମଞ୍ଚ ପରିଚାଳନା କରିଥିଲେ । ସୁଶ୍ରୀ ଜିୟା ରାୟଙ୍କ ପକ୍ଷୀମାନଙ୍କ ପ୍ରତି ଏହି ନିବିଡ଼ତାକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଭୁୟସୀ ପ୍ରଶଂସା କରିଥିଲେ । ଜିୟାଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରୁ ୭୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ସହଯୋଗୀ ଅନୁଷ୍ଠାନମାନଙ୍କୁ ଭେଟେରାନ୍ ନିତାଇ ଗୌର ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟ ଭେଟେରାନ୍ ମାନଙ୍କ ମଧ୍ୟରେ ଭେଟେରାନ୍ କମାଣ୍ଡୋ ରବୀନ୍ଦ୍ର କୁମାର ସାହୁ, ସମରେନ୍ଦ୍ର ପରିଜା, ଗୋପୀନାଥ ମିଶ୍ର, ବିମଳ ପ୍ରସାଦ ବାରିକ, ହର ପ୍ରସାଦ ଦୋରା, ଅଜୟ ନାୟକ, ରମେଶ ଚନ୍ଦ୍ର ଲେଙ୍କା, ମନୋଜ କୁମାର ସେନାପତି, ଅନ୍ତର୍ଯ୍ୟାମୀ ଦାଶ, ଶେଷଦେବ ମିଶ୍ର, ମୃତ୍ୟୁଞ୍ଜୟ ମହାପାତ୍ର, କାଳୀ ପ୍ରସାଦ ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ,ଜାହ୍ନବୀ ପ୍ରସାଦ ପଟ୍ଟନାୟକ, ଆଶିଷ କୁମାର ଝା, ରବି ନାରାୟଣ ନନ୍ଦ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ , ବାଲୁଗାଁ ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଙ୍କ ସମେତ ପୂର୍ବତନ ବିଧାୟକ ରଘୁନାଥ ସାହୁ , ବାଲୁଗାଁ ସୁସଙ୍ଘଠିକା ଶ୍ରୀମତୀ ସ୍ଵାଗତିକା ଜଗଦ୍ଦେବ , ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

April 26, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version