No Result
View All Result
୧୨ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ) କଳାହାଣ୍ଡି :– ନର୍ଲା ବ୍ଳକ ଅନ୍ତର୍ଗତ ଗିଗିନା ଗ୍ରାମର ରାସ୍ତାପଡା ଠାରେ ଶ୍ରୀ ତ୍ରିନାଥ ମନ୍ଦିରର ୨୫ ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଏଠାରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ତ୍ରିନାଥ ମେଳାର ଆୟୋଜନ କରାଯାଇଛି। ପୂଜା ସ୍ଥାନରେ ପ୍ରଫୁଲ୍ଲ ଗଉଡ ଓ ତାଙ୍କ ସହଧର୍ମିଣୀ ସୁଲୋଚନା ଗଉଡ କର୍ତ୍ତା କାର୍ଯ୍ୟ ନିର୍ବାହ କରିଥିଲେ। ପୂଜକ ଦୟାନିଧି ବିଶୀ ପୂଜାର୍ଚ୍ଚନା କରିଥିଲେ। ଉକ୍ତ ଉତ୍ସବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମାଜସେବୀ ଦୁର୍ଲ୍ଲଭ ମାହାର, ସ୍ଥାନୀୟ ସରପଞ୍ଚ ସୁଧାମୟୀ କୁମାର, ସମାଜସେବୀ ହୃଷିକେଶ ଗଡତ୍ୟା, କେଶବ ଚନ୍ଦ୍ର ପୁରୋହିତ, ଶିକ୍ଷାବିତ କ୍ଷମାନିଧି ବିଶୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୋହନ ପଧାନ ସଭା ପରିଚାଳନା କରିଥିଲେ। ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଅଷ୍ଟ ପ୍ରହର ନାମ ଯଜ୍ଞ ହୋଇଥିଲା।
ଗିଗିନା, ମସ୍କାଦାଣ୍ଡି, ଡଙ୍ଗାବାହାଲ,କହଁସିର,ଗୁଣ୍ଡୁରି,ରତନପୁର,ରାକ୍ସି ଆଦି ଗ୍ରାମର ସଂକିର୍ତ୍ତନ ଦଳ ନାମ ଯଜ୍ଞରେ ଯୋଗଦାନ କରିଥିଲେ। ଜନସାଧାରଣଙ୍କ ମନୋରଞ୍ଜନ ସକାଶେ ବଲାଙ୍ଗୀର ଜିଲ୍ଲାର ଶଙ୍କର ମେହେର ଏବଂ ସାଥିଙ୍କ ଦ୍ଵାରା ଦୁଳଦୁଳି, ଢୋଲ, ମହୁରୀ ଓ ନିଶାନ କାର୍ଯ୍ୟକ୍ରମ ରହିଥିଲା। ସେହିପରି ନୂଆପଡ଼ା ଜିଲ୍ଲା ବୋଡ଼େନ ରଘୁପାଲି ଗ୍ରାମର କାଳ୍ପନିକ ନାଟକ ସଇତାନ ରଚିଛି ମାୟାନଗର ନାଟକ ମଞ୍ଚସ୍ଥ ହୋଇଥିଲା। ଉତଯାପିତ ଦିବସରେ ଭାରତୀୟ ନୈ।ସେନାର ଅବସରପ୍ରାପ୍ତ କର୍ମଚାରୀ ଶୁଶାନ୍ତ ବିଶୀ, ସମାଜସେବୀ ଦୁର୍ଲ୍ଲଭ ମାହାର, ତ୍ରିନାଥ ମନ୍ଦିର ପରିଚାଳନା କମିଟି ସଭାପତି, ସଂପାଦକ ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ମଞ୍ଚ ପରିଚାଳନା କରିଥିଲେ ହୃଷିକେଶ ଗଡତ୍ୟା।

No Result
View All Result