ଘଣ୍ଟି ଦ୍ୱାର ନିକଟରେ ମାଧୁରୀଙ୍କୁ ପୋଲିସ ଅଟକାଇଥିଲା । ଏନେଇ ମାଧୁରୀ ଓ ପୋଲିସଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା
ପରେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ି ଯାଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।
ଓଡ଼ିଶା ତାଜା ନ୍ୟୁଜ (୭ ନଭେମ୍ବର ସୋମବାର) ପୁରୀ :- ପୁରୀ ଆଜି ପଞ୍ଚୁକର ଚତୁର୍ଥ ଦିନରେ ସେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ହେଲେ ମାଧୁରୀ ଦାଶ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର । ମାଧୁରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମାଧୁରୀ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ମାସେ ହେଲା ବାସେଳିସାହିରେ ଥିବା ହବିଷିଆଳୀଙ୍କ ଶିବିରରେ ରହୁଥିଲେ । ସେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ହବିଷିଆଳୀଙ୍କ ଶିବିରରେ ରହୁନଥିଲେ । ଆଜି ପଞ୍ଚୁକର ଚତୁର୍ଥ ଦିନରେ ସେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ଘଣ୍ଟି ଦ୍ୱାର ନିକଟରେ ମାଧୁରୀଙ୍କୁ ପୋଲିସ ଅଟକାଇଥିଲା । ଏନେଇ ମାଧୁରୀ ଓ ପୋଲିସଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ପରେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ି ଯାଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହି ଘଟଣାରେ ହାବିଲଦାର ପ୍ରଶାନ୍ତ କୁମାର ଦଳେଇ ନାମକ ଜଣେ ହାବିଲଦାରଙ୍କୁ ନିଲମ୍ବିତ କରାଯାଇଛି ଓ ଅଧିକ ତଦନ୍ତ ଜାରି ରହିଥିବା କହିଲେ ପୁରୀ ଏସ୍ପି କଂୱର ବିଶାଳ ସିଂହ ।














