No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୪ ନଭେମ୍ବର ଶୁକ୍ରବାର) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ରେଳ ଷ୍ଟେସନର ବିଭିନ୍ନ ମୌଳିକ ସମସ୍ୟାର ଉନ୍ନତି କରଣ ଦିଗରେ ଅନୁଧ୍ୟାନ କରିବା ପାଇଁ ଗୁରୁବାର ପୂର୍ବତନ ରେଳପଥ ୱାଲଟେର ଡିଭିଜନର ଡିଆରଏମ: ଶ୍ରୀ ଅନୁପ କୁମାର ଶତପଥୀ ଆସି ଫେରି ଯାଇଛନ୍ତି ।ଡିଆରଏମ: ଶ୍ରୀ ଶତପଥି ଏକ ସ୍ଵତନ୍ତ୍ର ଟ୍ରେନ୍ ଯୋଗେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତରେ ଆସିବା ପରେ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭବ୍ୟ ସ୍ଵାଗତ କରା ଯାଇଥିଲା ।ପରେ ଡିଆରଏମ: ଶ୍ରୀ ଶତପଥି ଷ୍ଟେସନର ବିଭିନ୍ନ ସ୍ଥାନ ଓ ସମସ୍ୟା ସବୁ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ ।ଉପସ୍ଥିତ ସାମ୍ବାଦିକ ଓ ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ମାନଙ୍କୁ କହିଥିଲେ ଯେ , ପାରଳା ଷ୍ଟେସନ ପ୍ଲାଟ ଫାର୍ମ ଉଚ୍ଚତା ନିର୍ମାଣ ହେବା ସହ ବିଭିନ୍ନ ଉନ୍ନତି ମୁଳକ ନିର୍ମାଣ କାର୍ଯ୍ୟ ଅତି ଶୀଘ୍ର ଆରମ୍ଭ ହେବ ।
ଏଥିସହ ଷ୍ଟେସନ ର ବିଜୁଳି ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କାରଣ ଓ ଆନୁଷଙ୍ଗିକ ସୁବିଧା ପାଇଁ ବିଭିନ୍ନ ନିର୍ମାଣ କାର୍ଯ୍ୟ କରାଯିବ ।ଏହି ରେଳ ଲାଇନରେ ଅଧିକ ଦ୍ରୁତଗାମୀ ଟ୍ରେନ ଚଳାଚଳ କରାଇବା ପାଇଁ ବିଭାଗ ପାଖରେ ପାରଳା ବିଧାୟକ , ଏମପି: , ବିଭିନ୍ନ ସଙ୍ଗଠନ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ବହୁ ଦାବୀ ରହିଛି । ହେଲେ ଏହା ପୁରୁଣା ଓ ସିଙ୍ଗଲ ଲାଇନ୍ ହୋଇଥିବା ଯୋଗୁଁ ଏଥିରେ ଟ୍ରେନ ଗତି ଅଧିକ ହୋଇ ପାରିବନି କି ଅଧିକ ଟ୍ରେନ ଚଳାଇବା ସମ୍ଭବ ନୁହେଁ । ହେଲେ ମଧ୍ୟ ବିଭାଗ ପକ୍ଷରୁ ଚେଷ୍ଠା ଜାରୀ ରହିଛି ଯେ ଗୁଣୁପୁର ଭାୟାପାରଳାଖେମୁଣ୍ଡି ଦେଇ ନୌପଡ଼ା ରେଳପଥର ଏନଜି ସେକ୍ସନର ଗତିକୁ ଅଧିକ ବଢାଇବା ପାଇଁ , ଏହା ହେଲେ ଏହି ଲାଇନରେ ଅଧିକ ଟ୍ରେନ
ଚଳାଚଳ ହୋଇପାରିବ ମେମୋ ଟ୍ରେନ ଯାହାକି କଟକ-ଗୁଣୁପୁର ଚଳାଚଳ କରୁଛି ସେଥିରେ କ୍ଲିନୀଙ୍ଗ ବ୍ୟବସ୍ଥା ଆରମ୍ଭ କରକ୍ଷ ହୋଇଛି , ଏହା ଅଳ୍ପଦିନ ମଧ୍ୟରେ ଗୁଣୁପୁର ଠାରେ କରାଯିବ । ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ମୁଖଦ୍ୱାର ପାରଳା ମହାରାଜାଙ୍କ ପ୍ୟାଲେସ ମୁଖଦ୍ଵାର ଢାଞ୍ଚାରେ ନିର୍ମାଣ କରାଯିବ ବୋଲି କହିଥିଲେ ।ଏହି ଅବସରରେ ଡିଆରଏମ ଶ୍ରୀ ଶତପଥୀଙ୍କୁ ପାରଳା ଷ୍ଟେସନ ପରିସର ଓ ପ୍ଳାଟଫାର୍ମ ଓ ବିଭିନ୍ନ ମୌଳିକସମସ୍ୟାର ତୁରନ୍ତ ସମାଧାନ ଓ ଉନ୍ନତିକରଣ କରାଯିବା ଦିଗରେ ସହରର ପାରଳା ବିଧାୟକ , ବିଜେପି , ବିଜେଡି , ବିଭିନ୍ନ ସଙ୍ଗଠନ , ଅପନ୍ନା ପରିଛା ସ୍ମୃତି ସଂସଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାବିପତ୍ର ପ୍ରଦାନ କରା ଯାଇଥିଲା ।ଏହି ଗ୍ରସ୍ତ , ପରିଦର୍ଶନ ଓ ଅନୁଧ୍ୟାନ ବେଳେ ରେଳ ବିଭାଗର ବିଭିନ୍ନ ସେକସନ୍ ର ବୈଷୟିକ ଅଧିକାରୀ ମାନେ ଆସିଥିଲେ ।

No Result
View All Result