No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୪ ନଭେମ୍ବର ଶୁକ୍ରବାର) ବାଲିଗୁଡା :- ମାଓ ଉପଦୃତ ତୁମୁଡିବନ୍ଧ ଥାନା ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ଏ/୧୨୭ ବାଟାଲିୟନ ତରଫରୁ ଶୁକ୍ରବାର ଦିନ ଏକ ଜନ ସହାୟତା କାର୍ଯ୍ୟକ୍ରମ ତୁମୁଡିବନ୍ଧ ବସଷ୍ଟାଣ୍ଡ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ମାନବିକ ନଗରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l
ଏଥିରେ 127 କମାଡେଣ୍ଟ ଆନନ୍ଦ ଝା, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଧର୍ମେନ୍ଦ୍ର କୁମାର, ପ୍ରଦୀପ ଭି.କେ., ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଳିତ ସୋରେଙ୍ଗ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପୋଡ୍ରା, ପ୍ରମୋଦ ମାନସେଠ ତଥା ଅଞ୍ଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହି ତୁମୁଡିବନ୍ଧ ବ୍ଲକ ଅଞ୍ଚଳର ଜଗନ୍ନାଥପଡା,
ତୁମୁଡିବନ୍ଧ, ମହୁଲିଭୁରି, ଡ଼ଙ୍ଗରପଦାର, ମଳିପଡ଼ା, ଟାଙ୍ଗପାଙ୍ଗା, ଭାଲିଆପାଣି, ମାଡିପଡା ଏବଂ ପଲ୍ଲିସାହିର ଯୁବକ କ୍ଲବ ଓ ଗ୍ରାମବାସୀ ଙ୍କୁ ଭଲିବଲ, ଭଲିବଲ୍ ନେଟ,ଫୁଟବଲ, ହ୍ୟାଣ୍ଡବଲ,ଏବଂ ବିଭିନ୍ନ ରୋଷଇ ସାମଗ୍ରୀ ଆଲୁମିନିୟମ ଓ ଷ୍ଟିଲ ସାମଗ୍ରୀ ଅଭାବୀ ଓ ଗରିବ ପରିବାରଙ୍କୁ ଏହି ଯୋଜନା ଅଧୀନରେ ମୋଟ 20 ଟି ପରିବାର ଏବଂ ଚାରିଟି ଯୁବ କ୍ଲବକୁ ବଣ୍ଟନ କରାଯାଇଥିଲା ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ହେବ ବୋଲି କମାଣ୍ଡେଣ୍ଟ ଶ୍ରୀ ଆନନ୍ଦ ଝା ସୂଚନା ଦେଇଛନ୍ତି l

No Result
View All Result