• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମେକ୍ ଇନ୍ ଓଡିଶା କନକ୍ଲେଭ-୨୦୨୨ ପାଇଁ ଭୂମିପୂଜା ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
November 1, 2022
in ଓଡ଼ିଶା, କ୍ରୀଡ଼ା, ଖେଳ, ମହାନଗର, ହୋମ୍
0
ମେକ୍ ଇନ୍ ଓଡିଶା କନକ୍ଲେଭ-୨୦୨୨ ପାଇଁ ଭୂମିପୂଜା ଅନୁଷ୍ଠିତ
Share on FacebookShare on TwitterWhatsapp

ନଭେମ୍ବର ୩୦ରୁ ଡିସେମ୍ବର୪ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କନକ୍ଳେଭ ୨୦ ରୁ ୨୫ ଦିନ ମଧ୍ୟରେ ସରିବ ପାଭିଲିୟନ ପ୍ରସ୍ତୁତି ।

ଯୋଗ ଦେବେ ବିଭିନ୍ନ ଦେଶ ବିଦେଶର ଶିଳ୍ପପତି ଓ ପ୍ରତିନିଧି ନିଯୁକ୍ତି ସୁଯୋଗ ସୃଷ୍ଟି ଓ କଞ୍ଚାମାଲ ଉପଲବ୍ଧ କ୍ଷେତ୍ରକୁ ଅଧିକ ସୁଯୋଗ ।

ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ଭୁବନେଶ୍ୱର :-ତା-୦୧.୧୧.୨୦୨୨ ଚଳିତ ନଭେମ୍ବର ମାସ ୩୦ରୁ ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ମେକଇନ୍ ଓଡିଶା କନକ୍ଲେଭ-୨୦୨୨ କ୍ଷ ଏହି ପରିପ୍ରେକ୍ଷୀରେ ଆଜି ଜନତା ମଇଦାନ ଠାରେ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡକୋ ଏବଂ ଇପିକଲର ଅଧ୍ୟକ୍ଷ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କ ଉପସ୍ଥିତିରେ ଇଡକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆ ଏହି ଭୂମି ପୂଜନ କାର୍ଯ୍ୟକୁ ସମାହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଥିଲେ ଯେ, ୨୦୧୬ରେ ପ୍ରଥମ ଓ ୨୦୧୮ ରେ ଦ୍ୱିତୀୟ ସଂସ୍କରଣ ଆୟୋଜନ ପରେ ଏହା ହେଉଛି ମେକ୍ ଇନ୍ ଓଡ଼ିଶା କନକ୍ଳେଭର ୩ୟ ସଂସ୍କରଣ । ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡିଶା କନକ୍ଲେଭ୍ ଓ୍ୱେବ୍ ସାଇଟ୍ ଏବଂ ମୋବାଇଲ ଆପ୍ ର ଶୁଭାରମ୍ଭ କରିଛନ୍ତି । ଆଜି ଏହି ଉପଲକ୍ଷେ ପାଲିଲିୟନ୍ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଛି । ମେକ୍ ଇନ୍ ଓଡିଶାରେ ଯେଉଁମାନେ ଅଂଶଗ୍ରହଣ କରିବେ, ସେମାନଙ୍କର ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ଏହି ସଂସ୍କରଣ ପାଇଁ ଜନତା ମଇଦାନରେ ପାଭିଲିୟାନ ପ୍ରସ୍ତୁତି ନିମନ୍ତେ ଆଜି ଶୁଭାରମ୍ଭ ହୋଇଛି । ସମସ୍ତ ପ୍ରସ୍ତୁତି ପାଇଁ ପ୍ରାୟ ୨୦ ରୁ ୨୫ ଦିନ ଲାଗିବ । ଆୟୋଜିତ ଏହି ୫ ଦିନିଆ କନକ୍ଳେଭକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନଭେମ୍ବର ୩୦ ତାରିଖ ସଂଧ୍ୟାରେ ଉଦ୍ଘାଟନକରିବେ । ଡିସେମ୍ବର ୧ ତାରିଖ ସକାଳେ ପ୍ଲିନାରୀ ସେସନ ଅନୁଷ୍ଠିତ ହେବ ।

ଏଥିରେ ଦେଶ ବିଦେଶର ବହୁ ଶିଳ୍ପ ସଂସ୍ଥାର ଶିଳ୍ପପତି ତଥା ପ୍ରତିନିଧିମାନ ଯୋଗଦେଇ ବିଶେଷ ଆଲୋଚନାରେ ଅଂଶଗ୍ରହଣ କରିବ । ଶ୍ରୀ ଶର୍ମା ଆହୁରି ମଧ୍ୟ କହିଥିଲେ ଯେ, ଓଡିଶାରେ ରସାୟନିକ, ଧାତବ, ଦକ୍ଷତା ବିକାଶ, ଷ୍ଟାର୍ଟ ଅପ୍ସ, ସାର, ପରିବହନ,ଖାଦ୍ୟପ୍ରକ୍ରିୟାକରଣ, ବୟନ ଶିଳ୍ପ, ପୋଷାକ ଡିଜାଇନିଂ ପ୍ରସ୍ତୁତି, ବ୍ୟବସାୟିକ-କୃଷି ଆଦି କ୍ଷେତ୍ର ଭଳି ଉପଯୋଗୀ ଥିବା ବିଭିନ୍ନ କ୍ଷେତ୍ରରେ ଶିଳ୍ପପତିମାନଙ୍କର ରହିଥିବା ଅଭିଜ୍ଞତା ଏବଂ ଓଡିଶାରେ ଥିବା ନୂଆ ନୂଆ ବ୍ୟବସାୟିକ ସମ୍ଭାବନାର ସୁଯୋଗ କିପରି ସେମାନେ ନେଇପାରିବେ, ସେ ସଂପର୍କରେ ଆଲୋଚନା କରିବେ । ଡିସେମ୍ବର ୨ ଓ ୩ ତାରିଖରେ ଓଡ଼ିଶା ରାଜ୍ୟ ସରକାରଙ୍କ ସଂପୃକ୍ତ ଉପରୋକ୍ତ ବିଭିନ୍ନ ବିଭାଗମାନଙ୍କର ଶିଳ୍ପ ନୀତି ସଂସ୍କରଣ ପ୍ରକାଶପାଇବ ।ଶିଳ୍ପନୀତି ନିର୍ଦ୍ଧାରଣ -୨୦୧୫ ରେ ଥିବା ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ଶିଳ୍ପନୀତି ନିର୍ଦ୍ଧାରଣ -୨୦୨୨ ପ୍ରକାଶନ ପାଇଁ ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି ।ଯେଉଁ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ରହିଛି ଏବଂ ଆମର କଂଚାମାଲ ଉପଲବ୍ଧ ରହିଛି ଏବଂ ଯେଉଁସବୁ କ୍ଷେତ୍ରରେ ଅଧିକ ବିଭିନ୍ନ ପ୍ରକାର ପଦାର୍ଥ ଓ ଉତ୍ପାଦନର ସମ୍ଭାବନା ରହିଛି, ସେହିସବୁ କ୍ଷେତ୍ରକୁ ଆଇ.ପି.ଆର୍-୨୦୨୨ରେ ଗୁରୁତ୍ୱ ଦିଆଯାଇଛି । ଏହା ବ୍ୟତୀତ ଓଡିଶାରେ ଥିବା ପାରାଦ୍ୱୀପ,ଧାମରା ଗୋପାଳପୁର ଓ ଆଗାମୀ ଦିନରେ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦର, ଯେଉଁଠାରେ ଶିଳ୍ପପତିମାନେ ରପ୍ତାନିଭିତ୍ତିକ ବ୍ୟବସାୟ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ଏହି ସଂସ୍କରଣରେ ଗୁରୁତ୍ୱ ଦିଆଯିବ ।

ଏଥି ସହିତ ପଶ୍ଚିମ ଓଡିଶା, ଯେଉଁବାଟ ଦେଇ ବିଜୁ ଏକ୍ସପ୍ରେସ୍ ଓ୍ୱେ ଯାଇଛି, ଯାହାକୁ ଆମେ ବିଜୁ ଇକୋନୋମିକ୍ କରିଡର ଭାବେ ବିବେଚନା କରୁଛୁ, ତନ୍ମଧ୍ୟରେ କେତେକ ଅଂଚଳକୁ ଶିଳ୍ପ କରିଡର ଭାବେ ଚିହ୍ନଟ କରାଯାଇ ସେହି ସବୁ ଅଂଚଳରେ କୃଷିଭିତ୍ତିକ ଶିଳ୍ପ ଯଥା-କପା, ଧାନ, ଚିନାବାଦାମ, ମକ୍କା, ବୟନଶିଳ୍ପ ଆଦି ବ୍ୟବସାୟିକ ଶିଳ୍ପର ସୁଯୋଗକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଛନ୍ତି । ଏସବୁ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବିଧାରେ ଜମି, ଜଳ,ବିଦ୍ୟୁତ ଶକ୍ତି, ରାସ୍ତାଘାଟ ବ୍ୟବସ୍ଥାସାଙ୍ଗକୁ ଆନୁସଙ୍ଗିକ ସହଯୋଗ କରାଯିବ ବୋଲି ସେ କହିଥିଲେ । ପ୍ରମୁଖ ଶାସନ କହିଥିଲେ ଯେ, ମେକ୍ ଇନ୍ ଓଡିଶା କନକ୍ଲେଭକୁ ସୁଚାରୁରୂପେ ପରିଚାଳନା ପାଇଁ ଏହି ଜନତା ମଇଦାନରେ ବୃହତ୍ ପାଭିଲିୟନକୁ ଉତ୍ତମ ଭାବେ ପ୍ରସ୍ତୁତ କରାଯିବ ।

ଗଣମାଧ୍ୟମ ପାଇଁ ସ୍ୱତନ୍ତ୍ର ମିଡିଆ ଲାଉଞ୍ଜ, ପଡିଆର ୩ ପାର୍ଶ୍ୱରେ ପ୍ରଦର୍ଶନୀ ମଣ୍ଡପ, ମଝିରେ ପାଖାପାଖି ୨୦୦୦ ବ୍ୟକ୍ତିଙ୍କ ବସିବା ସୁବିଧା ସହିତ ବିଭିନ୍ନ ପର୍ଯ୍ୟୟରେ ପ୍ରତ୍ୟହ ୨୦ ରୁ ୨୫ ହଜାର ଦର୍ଶକ ଏହାକୁ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଉଛି । ଏଥି ସହିତ ବ୍ୟବସାୟିକ ଆଲୋଚନା ପାଇଁ ପ୍ଲିନାରୀ ହଲ, ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ଲାଉଞ୍ଜ,ସାଂସ୍କୃତିକ କାର୍ଯ୍ୟ ପରିବେଷଣ ପାଇଁ ପାଭିଲିୟନ ଆଦିର ବ୍ୟବସ୍ଥା ରହିବ । ଇଡେକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଯୋଗଦେଇ କହିଲେ ଯେ, ଏହି ବୃହତ୍ ପାଭିଲିୟନରେ ୫ ଟି ସେକ୍ଟର କରାଯାଉଛି,

ଯେଉଁଥିରେ ୨୦୦ ରୁ ୩୦୦ ବ୍ୟକ୍ତି ବସି ବ୍ୟବସାୟିକ ଆଲୋଚନା କରିପାରିବେ କ୍ଷ ତତ୍ ସହିତ ଫୁଟ୍ କୋର୍ଟ ମଧ୍ୟ ରହିବ, ଯେଉଁମାନେ ପରିଦର୍ଶନରେ ଆସିବେ, ସେମାନେ ମଧ୍ୟ ଏହାର ସୁଯୋଗ ନେବେ କ୍ଷ ଯେଉଁମାନେ ପରିଦର୍ଶନରେ ଆସିବେ, ସେମାନେ ମଧ୍ୟ ଏହାର ସୁଯୋଗ ନେବେ । ତତ୍ ସହିତ ଅଗ୍ମି ନିରାପତ୍ତା ଓ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ସଂପର୍କରେ ଶ୍ରୀ ପୁନିଆ କହିଛନ୍ତି । ଅନୁଷ୍ଠିତ ଏହି ପୂଜା ଉତ୍ସବରେ ଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ଶିଳ୍ପ ବିଭାଗ, ଇଡକୋ ଏବଂ ଇପିକଲର ଅନ୍ୟ ବରିଷ୍ଠ ଉଚ୍ଚ କର୍ତ୍ତୃପକ୍ଷ ଏବଂ ପାଭିଲିଅନରେ ନିୟୋଜିତ ସଂସ୍ଥାର କର୍ମକର୍ତ୍ତା ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

April 26, 2026
ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

April 26, 2026

Recent News

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

April 26, 2026
ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

April 26, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version