No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଶନିବାର ) ସୁନାଖଳା :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ସୁନାଖଳାର ଫାଣ୍ଡି ଅଧିକାରୀ ଏବେ ଅପରାଧ ମୁକ୍ତ ସୁନାଖଳା କରିବା ପାଇଁ ଅଣ୍ଟା ଭିଡିଛନ୍ତି । ପୂର୍ବରୁ ସୁନାଖଳା ରେ ଚୋରି , ଗୁଳିକାଣ୍ଡ ଭଳି ଅପରାଧ ମୂଳକ ମାମଲା ରହିଛି ଯାହାକି ଲୋକଙ୍କୁ ଆତଙ୍କିତ କରି ରଖିଥିଲା । ତେବେ ରଣପୁର ବ୍ଲକ ସୁନାଖଳା ସ୍ଥିତ ଫାଣ୍ଡିରେ ପୋଲିସ ଅଧିକାରୀ ଶ୍ରୀ ପ୍ରୀତି ପ୍ରକାଶ ମହାନ୍ତି ଙ୍କ ଦାୟିତ୍ଵ ଗ୍ରହଣ ପରେ ସୁନାଖଳାରେ ଅପରାଧମୂଳକ କାର୍ଯ୍ୟ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି । ଶ୍ରୀ ମହାନ୍ତି ପୂର୍ବରୁ ରଣପୁର ବ୍ଲକ ଅନ୍ତର୍ଗତ ପୋଲିସ ଥାନା ରେ ତଦନ୍ତକାରି ଅଧିକାରୀ (ସବ୍ ଇନ୍ପେକ୍ଟର) ଭାବେ କାର୍ଯ୍ୟରତ ଥିଲେ ସେହି ସମୟରେ ବହୁ ଅପରାଧୀକ ମାମଲା ର ତଦନ୍ତ କରି ଅପରାଧୀ ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।
ପରେ ରଣପୁର ରୁ ସୁନାଖଳା ଫାଣ୍ଡି କୁ ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇ ସୁନଖଳାରେ ନିଜର ବାହାଦୂରୀତା ପ୍ରଦର୍ଶନ କରିଛନ୍ତି । ପୋଲିସ ପକ୍ଷରୁ ସୁନାଖଳା ଅଞ୍ଚଳରେ ଅପରାଧିକ ମୂଳକ କାର୍ଯ୍ୟକୁ ରୋକିବା ପାଇଁ ସବୁବେଳେ ପୋଲିସ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ରଣପୁରରୁ ସୁନାଖଳା ଯାଉଥିବା ଜାତୀୟ ରାଜପଥ ମଧ୍ୟରେ ଥିବା ଚୋରି ,ଅପରାଧବହୁଳ ଅଞ୍ଚଳ କୋଟଗଡ଼ ଘାଟି ରାସ୍ତା ଏବେ ସୁରକ୍ଷିତ ମନେ ହୋଇଛି ।
ତେବେ ସୁନାଖଳା ପୋଲିସ ଅଧିକାରୀ ଙ୍କ ଦ୍ବାରା ଦିନ ରାତି ପୋଲିସ ପେଟ୍ରୋଲିଂ କରି ଅପରାଧୀ ମାନଙ୍କୁ ସତର୍କ କରିବା ସହ ଉକ୍ତ ଘାଟି ରାସ୍ତା ରେ ହେଉଥିବା ଅପରାଧକୁ ରୋକିବାରେ ସକ୍ଷମ ହୋଇଥିବା ଜଣା ଯାଉଛି । ଅଗକୁ ସୁନାଖଳା ଅଞ୍ଚଳ ଟି ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଅପରାଧ ମୁକ୍ତ , ଆତଙ୍କମୁକ୍ତ ଅଞ୍ଚଳ କରିବାକୁ ପ୍ରାୟାସ ଜାରି ରଖିବେ ବୋଲି ପୋଲିସ ଅଧିକାରୀ ଶ୍ରୀ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି ।

No Result
View All Result