No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ବୈପାରିଗୁଡା :- ହିନ୍ଦୁ ସମାଜରେ ବହୁ ପୂଜାବିଧି ରହିଥିବା ବେଳେ ସେଥି ମଧ୍ୟରୁ ଅନ୍ୟତମ ପୂଜା ନାଗୁଲୀ ଚତୁର୍ଥୀ ପାଳନ କରନ୍ତି ମହିଳା ମାନେ । ନାଗୁଲୀ ଚତୁର୍ଥୀ ପାଳନ କରିବା ପାଇଁ ଆଖପାଖ ଅଂଚଳ ର ମହିଳାଙ୍କ ସହ ବୈପାରିଗୁଡା ଗ୍ରାମର ମହିଳା ମାନେ ଏକାଠି ହୋଇ ଉଈ ହୁଙ୍କା ଏବଂ ସାପବିଲାକୁ ଯାଇ ନାଗନାଗୁଣିକୁ ପୂଜା କରୁଥିବାର ଦେଖିବାକୁ ମିଳିଛି ।
ନାଗୁଲୀଚତୁର୍ଥୀରେ ମହିଳାମାନେ ଚାଉଲଚୁନା, ଅଟା ଏବଂ ହଳଦୀରେ ନାଗ ନାଗୁଣୀ ପ୍ରତିମା ନିର୍ମାଣ କରି ରାଶି,କ୍ଷୀର,ଅଣ୍ଡା,ନଡିଆ,କଦଳୀ ସହ ବିଭିନ୍ନ ପ୍ରକାର ଫଳ ଭୋଗ ଆଣି ନାଗ ନାଗୁଣୀକୁ ପୂଜା କରୁଥିବାର ଦେଖାଯାଇଛି ।
ସାପ ବିଲା କିମ୍ବା ଉଈ ହୁଙ୍କାରେ ପୂଜାର୍ଚ୍ଚନା କରି ସେହି ମାଟିକୁ କାନରେ ଲଗାଇବା ଦ୍ୱାରା କାନରେ ଦେଖାଯାଉଥିବା ସଂକ୍ରମଣ ବା ଘା ଭଲ ହୋଇଯାଇଥାଏ ଏବଂ ଆଖିରେ କୌଣସି ସମସ୍ୟା ହୁଏ ନାହିଁ ବୋଲି ପୂର୍ବ ପୁରୁଷଙ୍କ ବିଶ୍ୱାସ ରହିଛି ବୋଲି ନାଗୁଲୀ ଚତୁର୍ଥୀ ପାଳନ କରାଯାଏ ବୋଲି ସମସ୍ତ କହନ୍ତି ତେଣୁ ଆଜିର ଦିନରେ ନାଗ ନାଗୁଣୀଙ୍କୁ ପୂଜା କରାଯାଏ ।

No Result
View All Result