No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର , ଗୁରୁବାର ) ଖୋର୍ଦ୍ଧା :- ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିର ପ୍ରଥମ ସମୀକ୍ଷା ବୈଠକ କଲେଜର ଆବାହିକା ଓ୍ବାଜିଦା ଜାସ୍ମିନଙ୍କ ସଭାପତିତ୍ବରେ ଖୋର୍ଦ୍ଧା ବିଜେଡ଼ି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ବିଶ୍ୱଦୀପ ପ୍ରଧାନ, ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ଲେଙ୍କା, ରାଜ୍ୟ ଉପ ସଭାପତି ଦେବସ୍ମିତା ଦାସ,
ଯୁଗ୍ମ ସମ୍ପାଦକ ଦେବୁ ପ୍ରସାଦ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ କଲେଜ ବିଭିନ୍ନ ସମସ୍ୟାର କିଭଳି ଭାବେ ସମାଧାନ ହେବ ଏବଂ କ୍ୟାମ୍ପସରେ ଛାତ୍ର ସଂଗଠନକୁ ଅଧିକ ରୁ ଅଧିକ କ୍ରିୟାଶୀଳ କରାଯିବ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ଶୁଭ୍ରମ କେଶରୀ ବଡ଼ଜେନା , ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ଦାସ, ଚନ୍ଦନ ପଟନାୟକ, ଅଭିଷେକ ସାମଲ ଜିଲ୍ଲା ସମ୍ପାଦିକା ଅର୍ପିତା ସିଂ ସାମାଜିକ ଗଣ ମାଧ୍ୟମ ସଂଯୋଜିକା ହରପ୍ରିୟା ସାହୁ,
ଶ୍ରୀଜି ସାହୁ, ସଂଗ୍ରାମ ପ୍ରଧାନ ଏବଂ କ୍ୟାମ୍ପସ କମିଟିର କର୍ମକର୍ତ୍ତା ସତ୍ୟବ୍ରତ ରାଉତ, ଶୁଭମ ପ୍ରସାଦ ମହାପାତ୍ର, ପୂର୍ଣ୍ଣିମା ରାଉତରାୟ, ସ୍ୱପ୍ନା ନାୟକ, ବିଶ୍ୱ ରଞ୍ଜନ ରାଉତରାୟ, ନବାଗତା ମହାପାତ୍ର, ବିରେନ୍ଦ୍ର କିଶୋର କଳସ, ଅଭିଷେକ ପ୍ରଧାନ, ବିଷ୍ଣୁପ୍ରିୟା ପାଲଟାସିଂହ, ସମ୍ବିତ କୁମାର ସାହୁ, ସ୍ନେହଲତା ମୂର୍ମୁ, ତନିଶା ଦାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ମତାମତ ରଖିଥିଲେ । ପରିଶେଷରେ କ୍ୟାମ୍ପସ କମିଟିର ସହ-ଆବାହକ ରୁଦ୍ରା ଭିଷେକ ମାନ୍ଧାତା ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result