ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ଭୁବନେଶ୍ୱର :- ରାଜ୍ୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଉପରେ ସ୍ୱତନ୍ତ୍ର ଡାକ ଲଫାପା ଆଜି ଅପରାହ୍ଣରେ ଉନ୍ମୋଚିତ ହୋଇଯାଇଛି । ରାଜ୍ୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାଗଠାରେ ଆଜି ଅପରାହ୍ଣରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ପର୍ୟ୍ୟଟନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ, ବିଭାଗର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ, ମୁଖ୍ୟ ମହାଡାକପାଳ ,ଓଡିଶା ଶ୍ରୀ ଶୁଭେନ୍ଦୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ବର୍ତ୍ତମାନ ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀମାନେ ମୋବାଇଲ ଏବଂ କମ୍ପ୍ୟୁଟର ମାଧ୍ୟମରେ ବହି ପଢିବାକୁ ପସନ୍ଦ କରୁଥିଲେ ମଧ୍ୟ ପାଠାଗାରର ଆଦୃତି ସବୁବେଳେ ରହିଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର କହିବା ସହିତ ଏହି ପାଠାଗାରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ପ୍ରକାଶ କହିଥିଲେ । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଯୋଗଦେଇ ପାଢୀ କହିଲେ ଯେ, ଏହି ପାଠାଗାରରେ ଏବେ ୧ ଲକ୍ଷ ୬୦ ହଜାର ବହି ଉପଲବ୍ଧ ରହିଛି । ପାଠକପାଠିକାଙ୍କ ଆବଶ୍ୟକତାକୁ ଦେଖି ସେସବୁକୁ ଉପଲବ୍ଧ କରିବା ନିମନ୍ତେ କମ୍ପ୍ୟୁଟରୀକରଣ କାର୍ୟ୍ୟ ଜାରି ରହିଥିବା ଶ୍ରୀ ପାଢୀ ପ୍ରକାଶ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦାସ ଯୋଗଦେଇ ପ୍ରତିଦିନ ଏହି ପାଠାଗାରରେ ୪୦୦ରୁ ୫୦୦ ଛାତ୍ରଛାତ୍ରୀ ପଢୁଥିବା ପ୍ରକାଶ କରିଥିଲେ । 

© 2023 Odisha Taza News.