ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି : – ଗଜପତି ଜିଲ୍ଲାର କାଶୀନଗର ପୋଲିସ ଅନ୍ତର୍ଗତ କେ ସୀତାପୁର ଗ୍ରାମ ନିକଟରେ ରାତ୍ର ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଚନ୍ଦନ କାଠ ଚୋରକୁ ଧରିବାରେ ଏକ ବଡ଼ ସଫଳତା ମିଳିଥିବା ଜଣାପଡିଛି କାଶୀନଗର ପୋଲିସର ରାତ୍ରପେଟ୍ରୋଲିଁଙ୍ଗ ସମୟରେ ଏମଭି ଚେକିଙ୍ଗ ବେଳେ ଜଣେ ଚନ୍ଦନ କାଠ ଚୋର ଅମିତ ଦେବ ମଣ୍ଡଳ ସୀତାପୁର ଗ୍ରାମଠାରେ ମଦ୍ୟପନ କରି ରାତିରେ ବୁଲୁଥିଲା ।ତାକୁ ଦେଖି ପୋଲିସ ସନ୍ଦେହରେ ପଚରା ଉଚରା କରି ତା ଠାରୁ ୨୦ କେଜି ଚନ୍ଦନ କାଠ ଜବତ କରିଥିଲେ ଅଧିକ ପଚରା ଉଚୁରା କରି ସେତେ ବେଳେ ପୋଲିସ ଜାଣି ପାରିଲେ ଯେ ମଣ୍ଡଳ ଚୋରାରେ ଚନ୍ଦନ କାଠ ଆଣି କେ.ସୀତାପୁର ଗ୍ରାମର ଜନାର୍ଦ୍ଦନ ଚରତି ନାମକ ଜଣେ ଚୋର ବେପାରୀକୁ ବିକ୍ରି କରିଥିବା ଜାଣି ଚରତିର ସିମେଣ୍ଟ ଗୋଦାମ ଯାଞ୍ଚ କରି ସେଠାରେ ମହଜୁଦ ଥିବା ୫୭ କେଜି ଚନ୍ଦନ କାଠ ଜବତ କରିଥିଲେ ।
ଏହି ମାମଲାରେ କାଶୀନଗର ପୋଲିସ ଅମିତ ମଣ୍ଡଳ ଓ ଜନାର୍ଦ୍ଦନ ଚରତିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । କାଶୀନଗର ଥାନା ଥାନାଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇ କହିଛନ୍ତି ଯେ ଏହି ଚନ୍ଦନ କାଠ ଚୋରି ମାମଲାରେ ଚୋରି କେସ ୩୭୯ ଦଫା ଓ ଜଙ୍ଗଲ ନିୟମ ୫୧ ଧାରା ପ୍ରକାରେ ୧୩୦/୨୨ ରେ ଥାନା ରେ କେସ କରା ଯାଇଛି ।ଚନ୍ଦନ କାଠ ସବୁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଜଙ୍ଗଲ ଅଞ୍ଚଳରୁ ଆଣି କେ.ସିତାପୂର୍ ଗ୍ରାମରେ ରଖା ଯାଇଥିଲା । ଚନ୍ଦନ କାଠ ଗୁଡ଼ାକ ଛୋଟ ଛୋଟ ଜାଳେଣି କାଠ ଭଳି ପ୍ରାୟ ୫ଟି ଜାରି ଅଖାରେ ରଖା ଯାଇଥିଲା ।ଏ ସମ୍ପର୍କରେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସୂଚନା ଦେବା ପରେ ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଜବତ ଚନ୍ଦନ କାଠ ଓଜନ କରି ସେ ସବୁ ୭୭ କେଜି ୮୦୦ ଗ୍ରାମ ଥିବା ଏବଂ ଏ ସବୁର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଚୁଚନା ଦେଇଥିଲେ ।














