ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତି ରାଓ , ବିଜେଡ଼ି ଯୁବନେତା ଇଂ ରୂପେଶ ପାଣିଗ୍ରାହୀ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ,ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଶାସନମ ବାଲରାଜୁ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ଏନ ବୀରରାଜୁ, ରାଜ୍ୟ ବିଜେଡ଼ିସମ୍ପାଦକଶ୍ରୀମରୁତପାଳ ,ପୌରଧ୍ୟକ୍ଷା ନିର୍ମଳା ସେଠୀ, ବିଜେଡି ଦଳର ବରିଷ୍ଠ ନେତା ବସନ୍ତ ଦାସ, ଲକ୍ଷ୍ମୀକାନ୍ତ ପରିଛା ସମେତ ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଏବଂ ବହୁ ଯୁବ ଛାତ୍ର ମହିଳା,ବ୍ଲକ ସଭାପତି ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ବିକାଶ ମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଇଥିଲେ।















