• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମଂଚେଶ୍ୱର ଥାନା ଅଧିକାରୀ ସୁଧୀର ସାହୁଙ୍କୁ ନିଲମ୍ବନ ଓ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ – ୟାସୀର ନୱାଜ, ସଭାପତି, ପ୍ରଦେଶ ଛାତ୍ର କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
October 23, 2022
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ମଂଚେଶ୍ୱର ଥାନା ଅଧିକାରୀ ସୁଧୀର ସାହୁଙ୍କୁ ନିଲମ୍ବନ ଓ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ – ୟାସୀର ନୱାଜ, ସଭାପତି, ପ୍ରଦେଶ ଛାତ୍ର କଂଗ୍ରେସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ଭୁବନେଶ୍ୱର :- ମଂଚେଶ୍ୱର ଥାନା ଅଧିକାରୀ ସୁଧୀର ସାହୁଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ପକ୍ଷପାତିତା ଏବଂ ଅନୈତିକ କାର୍ଯ୍ୟ ବିରୁଦ୍ଧରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଡି.ସି.ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଭାପତି ୟାସୀର ନୱାଜଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଆୟୋଜିତ ହୋଇଥିଲା । ଛାତ୍ର କଂଗ୍ରେସର କର୍ମକର୍ତାମାନେ ଏକ ର‌୍ୟାଲିରେ ଆସି ଡି.ସି.ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟରାସ୍ତାକୁ ୧ ଘଂଟା ଧରି ଅବରୋଧ କରିଥିଲେ । ୟାସୀରଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମୀମାନେ ଡି.ସି.ପି. ଅଫିସ ଭିତରକୁ ଧସେଇ ପସିଲାବେଳେ ଉପସ୍ଥିତ ପୋଲିସଙ୍କ ସହ ଧସ୍ତାଧସ୍ତି ହେଲା । ପ୍ରାୟ ଅଧଘଂଟା କାଳ ଧସ୍ତାଧସ୍ତି ପରେ ପୋଲିସ ଦାବୀପତ୍ର ଦେବାପାଇଁ ଏକ ପ୍ରତିନିଧି ଦଳ ଡି.ସି.ପିଙ୍କ କାର୍ଯ୍ୟାଳୟ ଯିବାକୁ ରାଜି ହୋଇଥିଲା ।ଛାତ୍ର କଂଗ୍ରେସର ପ୍ରତିନିଧି ଦଳ ଡି.ସି.ପିଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଡି.ସି.ପି. ଶ୍ରୀ ପି.କେ ରାଉତଙ୍କୁ ଦାବିପତ୍ର ଦେବା ସହ ମଂଚେଶ୍ୱର ଥାନା ଅଧିକାରୀ ସୁଧୀର ସାହୁଙ୍କ ଅନୈତିକ କାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ କରିଥିଲେ । ସ୍ମାରକ ପତ୍ରରେ ଉଲ୍ଲେଖ ହୋଇଥିଲା ଯେ ମଂଚେଶ୍ୱର ଥାନା ଅଧିକାରୀ ସାଧାରଣ ଜନତା ଓ ପୋଲିସର ସଂପର୍କକୁ ନଷ୍ଟ କରୁଛନ୍ତି । ଯାହା ଫଳରେ ସାଧାରଣ ଜନତାଙ୍କର ପୋଲିସ ଉପରୁ ଭରସା ତୁଟିଯିବ । ମଂଚେଶ୍ୱର ଥାନା ଅଧିକାରୀ ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟସ୍ତରୀୟ ସଂପାଦକ ଶ୍ରୀ ସଫଳ ସମନ୍ୱୟଙ୍କ ବିରୁଦ୍ଧରେ ମିଥ୍ୟା କେସ ଲଗାଇ ତାଙ୍କୁ ଗିରଫ କରିଛନ୍ତି । ଗତ ୧୮ ତାରିଖ ଅକ୍ଟୋବରରେ ମଂଚେଶ୍ୱର ଥାନା ଅଂଚଳରେ ଏକ ଅପରାଧିକ ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଥିଲେ ।

ମାତ୍ର ଏହି ଘଟଣା ସହିତ କୌଣସି ସଂପକ ନଥିବା ସଫଳ ସମନ୍ୱୟଙ୍କୁ ଅନ୍ୟାୟଭାବେ ଥାନାକୁ ଆଣି ମାଡ଼ ମାରିବା ସହ ଜେଲ ପଠେଇ ଦିଆଯାଇଛି । ଏହି ଅପରାଧିକ ଘଟଣାରେ ହଣାଖାଇଥିବା ଜଣେ ଦୋକାନୀ ଜେଲ ଦଣ୍ଡ ଭୋଗୁଥିବା ବେଳେ ହାଣିଇଥିବା ଲୋକ ଦିବା ଲୋକରେ ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ ଗରିଫ କରୁନି । ସଫଳ ସମନ୍ୱୟ ଏକ ଦଳିତ ବର୍ଗର ପିଲା । ତାଙ୍କର ଗୁହାରୀକୁ ଥାନା ଅଧିକାରୀ ଶ୍ରୀ ସୁଧୀର ସାହୁ ଶୁଣିନଥିଲେ । ଶ୍ରୀ ସୁଧୀର ସାହୁ ମଂଚେଶ୍ୱର ଥାନା ଅଂଚଳରେ ଅପରାଧ କମେଇବା ବଦଳରେ ବଢ଼େଇ ଚାଲିଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି ।ଏଠାରେ ଅସାଧୁ ବ୍ୟବସାୟୀ, ନିଶା ବ୍ୟବସାୟୀ, ବେଆଇନ ମଦ କାରବାର କରୁଥିବା ଲୋକ, ଅସାଧୁ ବିଲଡର, ଅପରାଧୀ ଏପରିକି ବେଶ୍ୟାଳୟ ଚଳାଉଥିବା ବ୍ୟକ୍ତିଠାରୁ ଶ୍ରୀ ସୁଧିର ସାହୁ ଚାନ୍ଦା ନେଇ ସେଠାରେ ଅପରାଧର ସାମ୍ରାଜ୍ୟ ଖୋଲିଛନ୍ତି । ଯେଉଁମାନେ ଏ ଅନ୍ୟାୟ ବିରୁଦ୍ଧରେ ମୁହଁ ଖୋଲୁଛନ୍ତି ତାଙ୍କୁ ଜେଲରେ ଭର୍ତି କରିଦିଆଯାଉଛି । ଅତିରିକ୍ତ ଡିସିପି ଶ୍ରୀ ରାଉତ ଘଟଣାରେ ଅନୁଧ୍ୟାନ କରିବାପାଇଁ ପ୍ରତିଶୃତି ଦେଇଛନ୍ତି । ଡିସିପିଙ୍କ ଅନୁମୋଦନ କ୍ରମେ ଜଣେ ଅତିରିକ୍ତ ଡିସିପି ର‌୍ୟାଙ୍କର ଅଫିସରଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ । ମଂଚେଶ୍ୱର ଥାନା ଅଧିକାରୀଙ୍କ ତୁରନ୍ତ ନିଲମ୍ବନ, ଅପରାଧିଙ୍କୁ ଗିରଫ ଏବଂ ଥାନାଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯିବା ସହ ଛାତ୍ର କଂଗ୍ରେସ ସଂପାଦକ ସଫଳ ସମନ୍ୱୟଙ୍କ ବିରୋଧରେ ଲାଗିଥିବା ଦଫାକୁ ପ୍ରତ୍ୟାହାର କରାଯାଇ ତାଙ୍କୁ ଜେଲରୁ ମୁକ୍ତ କରାଯିବାକୁ ଦାବୀ କରିଛି ।

ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସଂପାଦକ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ତୁଷାରକାନ୍ତ ତପସ୍ୱୀ, ସୂରଜ ରାଉତ, ନିହାର ବେହେରା, ମୁନୁ ପରିଡ଼ା, ମହମ୍ମଦ ଗୁଲଫାମ, ବିଶ୍ୱଭୂଷଣ ମହାପାତ୍ର, ବିଭୂତି ଭୂଷଣ ମହାପାତ୍ର, ଅରମାନ ଜେନା, ସାଗର ପଟ୍ଟନାୟକ, ସମିଉଲ ହକ, ରିଆଜୁଲ ଇସ୍‌ଲାମ, ସୟଦ୍ ଅଜୁ, ସୟଦ ଆଜମ ଅଲ୍ଲି, ସୌମ୍ୟବ୍ରତ ଷଣ୍ଢ, ଉଦିତ ପ୍ରଧାନ, ରୋନକ ପଟ୍ଟନାୟକ, ନିତେଶ ବେହେରା, ରାଜଲକ୍ଷ୍ମୀ ସାହୁ, ସ୍ନେହା ଜେନା, ଅନନ୍ତ ସାମନ୍ତରାୟ, ସୌମ୍ୟ ବରାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା : ପ୍ରଶାସନ ନୀରବ !!

ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା : ପ୍ରଶାସନ ନୀରବ !!

July 30, 2026
‘ଆଶା’ ପକ୍ଷରୁ ଜନସଚେତନତା ବାର୍ତ୍ତା ଦୁର୍ନୀତି ଲୋପ ପାଇଁ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

‘ଆଶା’ ପକ୍ଷରୁ ଜନସଚେତନତା ବାର୍ତ୍ତା ଦୁର୍ନୀତି ଲୋପ ପାଇଁ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

July 30, 2026
ଅଠରନଳାରେ ନୂଆ ମଦ ଦୋକାନକୁ ବିରୋଧ

ଅଠରନଳାରେ ନୂଆ ମଦ ଦୋକାନକୁ ବିରୋଧ

July 30, 2026
ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ

ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ

July 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା : ପ୍ରଶାସନ ନୀରବ !!

ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା : ପ୍ରଶାସନ ନୀରବ !!

July 30, 2026
‘ଆଶା’ ପକ୍ଷରୁ ଜନସଚେତନତା ବାର୍ତ୍ତା ଦୁର୍ନୀତି ଲୋପ ପାଇଁ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

‘ଆଶା’ ପକ୍ଷରୁ ଜନସଚେତନତା ବାର୍ତ୍ତା ଦୁର୍ନୀତି ଲୋପ ପାଇଁ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

July 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version