
ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ବୁଧବାର ) ନୟାଗଡ଼/ରଣପୁର :- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼ ଜିଲ୍ଲା ତରଫରୁ SelfieWithCampus ମାଧ୍ୟମରେ ରଣପୁର ମହାବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ କ୍ୟାମ୍ପସ ୟୁନିଟ ଗଠନ ହେଇଯାଇଛି । କ୍ୟାମ୍ପସ ୟୁନିଟ ସଭାପତି ଭାବେ ଛାତ୍ରନେତା ଜ୍ଞାନେନ୍ଦ୍ର ବଳିଆରସିଂ,
ଉପସଭାପତି ଛାତ୍ରୀନେତ୍ରୀ ୟସଶ୍ୱିନୀ ନନ୍ଦ, ସମ୍ପାଦକ ଭାବେ ବିକାଶ କୁମାର ନାୟକ, ସହସମ୍ପାଦକ ଭାବେ ଅନ୍ତର୍ଯ୍ୟାମୀ ସହୁଙ୍କୁ ଜିଲ୍ଲା ସଂଯୋଜକ ବୃନ୍ଦାବନ ପ୍ରଧାନଙ୍କ ଉପସ୍ଥିତିରେ ଦାୟିତ୍ୱ ଦିଆଯିବା ସହ ବିଦ୍ୟାର୍ଥୀ ପରିଷଦର ସଦସ୍ୟତା ଅଭିଯାନ ଅରମ୍ଭ ହୋଇଯାଇଛି ।
















