
ଓଡ଼ିଶା ତାଜା ନ୍ୟୁଜ (୧୭ ଅକ୍ଟୋବର ସୋମବାର) ଭୁବନେଶ୍ୱର :- ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ “ମୋ ଵସ” ଟର୍ମିନାଲ ର ସମ୍ମୁଖ।ରାତି ପ୍ରାୟ ୧୧ଟା । ଅଟୋ ଚାଳକ ଯାତ୍ରୀ ନେବା ପାଇଁ ନିଜ ନିଜ ଗାଡି ମଧ୍ୟରେ ଅପେକ୍ଷା କରିଥାନ୍ତି । ସେହି ସମୟରେ ଜୈନକ ଯୁବକ ଆସି ଜଣେ ଅଟୋ ଚାଳକ କୁ ପ୍ରଶାନ୍ତି ବିହାର ଯିବାକୁ ଭଡା କେତେ ବୋଲି ପଚାରିଲେ । ମାତ୍ର ଚାଳକ ଜଣକ ଯିବାକୁ ମନା କରିବାରୁ ଯୁବକ ଜଣକ ଅଟୋ ନମ୍ବର ପ୍ଲେଟ ର ଫୋଟୋ ଉଠାଇ ଅଟୋ ଚାଳକ ଙ୍କୁ କେତେକ ଅବାନ୍ତର ପ୍ରଶ୍ନ ପଚାରି ବାରୁ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଲା ।
ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ଅଟୋ ଚାଳକ ଙ୍କୁ ଆକ୍ରମଣ କରିବାରୁ ଦୁହିଁଙ୍କ ମଧ୍ୟରେ ମାର ପିଟ ଆରମ୍ଭ ହୋଇଥିଲା । ଏହି ସମୟରେ ଯୁବକ ଜଣକ ପାଖରେ ରଖିଥିବା ଏକ ଛୁରୀ ଦ୍ୱାରା ଅଟୋ ଚାଳକଙ୍କୁ ଆକ୍ରମଣ କରିବାବେଳେ ଚାଳକ ଜଣକ ଛୁରା ମାଡରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଏହି ସମୟରେ ଖବର ପାଇ ସ୍ଥାନୀୟ ଫାଣ୍ଡି ରେ ରାତ୍ରି ଡିୟୁଟି ରେ ଥିବା ଉମାକାନ୍ତ ପରିଡା ନାମକ ଜୈନକ କର୍ମଚାରି ସେଠାରେ ପହଂଛି କୌଶଳ କ୍ରମେ ଉକ୍ତ ଯୁବକଙ୍କ ଠାରୁ ଛୁରୀ ଟିକୁ ଛଡାଇ ଆଣି ଏକ ନିଶ୍ଚିତ ବଡ଼ ଦୁର୍ଘଟଣା କୁ ଏଡାଇ ଦେଇଥିଲେ।ପରେ ଉକ୍ତ ଯୁବକଙ୍କୁ ନିଜ କବ୍ଜା କୁ ଆଣି ଫାଣ୍ଡି କର୍ମଚାରୀ ଜଣକ PCR ଭ୍ୟାନ କୁ ଡାକି କ୍ୟାପିଟାଲ ଥାନା କୁ ହସ୍ତାନ୍ତର କରିଥିଲେ ।













